କନକ ବ୍ୟୁରୋ: ଫୁଲବାଣୀ ବ୍ଲକ କେରେଡ଼ି ପଂଚାୟତର ଡ଼ାଙ୍ଗୁଲୁୁ ଗାଁରେ ଛେଳି ମଡ଼କ । ସପ୍ତାହକ ମଧ୍ୟରେ ଗଲାଣି ଶହେରୁ ଅଧିକ ଛେଳିଙ୍କ ଜୀବନ । ପ୍ରତେକ ଦିନ ଅଜଣା ରୋଗରେ ଛେଳି ମରୁଥିବା ବେଳେ ପ୍ରାଣୀ ଚିକିତ୍ସା ବିଭାଗ ଏହାକୁ ଗୁରୁତର ସହ ନେଇନଥିବା ଅଭିଯୋଗ ହୋଇଛି । ଏତେ ସଂଖ୍ୟକ ଛେଳି କାହିଁକି ମରୁଛନ୍ତି ତାହାର କାରଣ ଜଣାପଡ଼ୁନଥିବା ବେଳେ ମେଡ଼ିସିନ୍ ମଧ୍ୟ କାମ କରୁନି ।
ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଛେଳି ଚାଷୀ । ଗାଁରେ ଡ଼ାକ୍ତରୀ ଟିମ ପହଂଚିନାହିଁ । ଚାଷୀଙ୍କୁ ସରକାରୀ ସହାୟତା ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି । ପ୍ରାଣୀ ଚିକିତ୍ସକ ଏହାକୁ ଗୁରୁତର ଭାବେ ନନେଇ କେବଳ ଜଣେ ଏଲ.ଆଇ ଓ ଜଣେ ପଶୁ ଡ଼ାକ୍ତର ଯାଇ ଛେଳି ମାନଙ୍କୁ କିଛି ମେଡ଼ିସିନ୍ ଓ ଟିକା ଦେଇଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁସାରେ ଟୀକା ଦେଲାପରେ ଅଧିକ ଛେଳି ମରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/GOAT.jpg)
/kanak/media/post_attachments/wp-content/uploads/2020/02/Screen-Shot-2020-02-13-at-9.20.02-AM.png)