ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି : ତାଲିକାରେ ବଲିଉଡ ଷ୍ଟାର କିଙ୍ଗ ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲୀ।

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି : ତାଲିକାରେ ବଲିଉଡ ଷ୍ଟାର କିଙ୍ଗ ଖାନ୍ ଓ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲୀ।

କନକ ବ୍ୟୁରୋ: ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟରେ ରହିଛନ୍ତି ବଲିଉଡ କିଙ୍ଗ ଖାନ୍ ଶାହାରୁଖ ଓ ଫିଲ୍ମ ନିର୍ଦ୍ଦେଶକ ଏସ ଏସ ରାଜମୈଲୀ । ଏହି ତାଲିକାରେ ଶାହାରୁଖ ଓ ରାଜମୈଲୀଙ୍କ ବ୍ୟତୀତ ଭାରତୀୟ ଲେଖକ ସଲମାନ ରୁସିଦ ଓ ଟିଭି ହୋଷ୍ଟ ପଦ୍ମା ଲକ୍ଷ୍ମୀ ମଧ୍ୟ ସ୍ଥାନ ପାଇଛନ୍ତି । ଟାଇମ୍ ମାଗାଜିନ୍ ୨୦୨୩ ପାଇଁ ଏହି ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ବିଶ୍ୱରୁ ଶ୍ରେଷ୍ଠ ୧୦୦ ଜଣଙ୍କ ନାଁ ସ୍ଥାନ ପାଇଛି ।

ଏଥିରେ ବିଶ୍ୱସ୍ତରରେ ପ୍ରତିଷ୍ଠିତ ବ୍ୟବସାୟୀ, ରାଷ୍ଟ୍ରାଧ୍ୟକ୍ଷ, ଲେଖକ, କଣ୍ଠଶିଳ୍ପୀ, ଅଭିନେତା, କ୍ରୀଡାବିତ୍ ଆଦି ବିଭିନ୍ନ କ୍ଷେତ୍ରରେ ସାମିଲ ଥିବା ବ୍ୟକ୍ତି ସ୍ଥାନ ପାଇଛନ୍ତି । ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ, ବିଟ୍ରେନର କିଙ୍ଗ ଚାଲର୍ସ, ଫୁଟବଲ ପ୍ଲେୟାର ମେସି, ଟୁଇଟର ସିଇଓ ଏଲନ ମସ୍କ ମଧ୍ୟ ସାମିଲ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe