ବିବାହ ମଣ୍ଡପରେ ବଡ଼ ଧରଣର ଅଗ୍ନିକାଣ୍ଡ : ୧୦୦ ଲୋକଙ୍କ ଗଲା ଜୀବନ, ୧୫୦ରୁ ଅଧିକ ମେଡିକାଲରେ ଭର୍ତ୍ତି

2,797

କନକ ବ୍ୟୁରୋ : ଇରାକର ଏକ ବିବାହ ମଣ୍ଡପରେ ବଡ଼ ଧରଣର ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ ଗଲା ପାଖାପାଖି ୧୦୦ ଲୋକଙ୍କ ଗଲା ଜୀବନ । ଦେଢ ଶହରୁ ଅଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାମ । ବିବାହ ମଣ୍ଡପରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି । ତୁରନ୍ତ ଆହତଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇରାକ ପ୍ରଧାନମନ୍ତ୍ରୀ ।

ଶ୍ମଶାନ ଭଳି ଲାଗୁଛି ବିବାହ ମଣ୍ଡପ । ଉଦ୍ଧାରକାରୀ ଟିମ୍ ପକ୍ଷରୁ ବିବାହ ମଣ୍ଡପରୁ ମୃତଦେହ ବାହାର କରାଯାଉଛି । ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଇଛି । ଅଗ୍ନିକାଣ୍ଡରେ ବର ଓ କନ୍ୟା ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ବାଣ ଫୁଟିବା ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବିବାହ ଉତ୍ସବ ଥିବାରୁ ଅନେକ ଲୋକ ବିବାହ ମଣ୍ଡପରେ ଏକାଠି ହୋଇଥିଲେ ।

ଆଉ ବାଣ ନିଆଁ ପଡ଼ି ବିବାହ ମଣ୍ଡପ ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ଲୋକେ ବାହାରକୁ ବାହାରି ପାରିନଥିଲେ । ପୋଡି ହେବାରୁ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଯାଇଥିଲା । ନିଆଁ ଲାଗିବା ଖବର ଜଣାପଡ଼ିବା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲର ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।