ଥଇଥାନ କରିବା ଆଗରୁ ଭାଙ୍ଗିଦେଲେ । ବର୍ଷାଦିନେ କୁଆଡେ ଯିବେ ବୋଲି ପ୍ରଶ୍ନ କଲେ ବିସ୍ଥାପିତ

Advertisment
ଥଇଥାନ କରିବା ଆଗରୁ ଭାଙ୍ଗିଦେଲେ । ବର୍ଷାଦିନେ କୁଆଡେ ଯିବେ ବୋଲି ପ୍ରଶ୍ନ କଲେ ବିସ୍ଥାପିତ

କନକ ବ୍ୟୁରୋ : ଝାରସୁଗୁଡା ଚୌକିପଡାରେ ନିର୍ମାଣ ହେଉଛି ରେଲୱେ ଓଭର ବ୍ରିଜ୍। ଏଥିପାଇଁ ପ୍ରାୟ ୧୦୦ ପରିବାର ବିସ୍ଥାପିତ ହେବେ। ଜବରଦଖଲ ଛାଡ଼ି ନୂଆ ଆବାସ ଘରକୁ ଯିବା ପାଇଁ ନୋଟିସ୍ ଜାରି କରିଛି ପୌର ପରିଷଦ। ହେଲେ ସେ ଘରକୁ ଯିବାକୁ ନାରାଜ ବିସ୍ଥାପିତ। ପୌର ପରିଷଦ ପକ୍ଷରୁ ବୁରୋମାଲରେ ତିଆରି ହୋଇଥିବା ଘର ସମ୍ପୂର୍ଣ୍ଣ ହୋଇନି। କବାଟ ଝରକା ଲାଗିନି। ଅନେକ ଘରର ଭିତର ପ୍ଲାଷ୍ଟର ହୋଇନାହିଁ। ଶୌଚାଳୟକୁ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଏଭଳି ସ୍ଥିତିରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ନୋଟିସ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନୋଟିସ୍ କରିବାର ମାତ୍ର ଦୁଇ ଦିନ ଭିତରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକଙ୍କୁ ଥଇଥାନ ନକରି ବୁଲଡୋଜର ଲଗାଇ ଘର ଭାଙ୍ଗି ଦିଆଯାଉଛି। ବର୍ଷା ଦିନେ ପିଲାଛୁଆଙ୍କୁ ଧରି କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ବିସ୍ଥାପିତ। ଅନ୍ୟପଟେ ପ୍ରଭାବିତଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ଝାରସୁଗୁଡା ପୌର ନିର୍ବାହୀ ଅଧିକାରୀ। ଜାଗା ମିଶନ ଜରିଆରେ ପ୍ରଥମେ ୧୯ ଜଣଙ୍କୁ ଥଇଥାନ କରିବା ବ୍ୟବସ୍ଥା କରାଯାଉଛି।

ତୁରନ୍ତ ଘର ଖାଲି କରି ବୁରୋମାଲରେ ନିର୍ମିତ ଆବାସକୁ ଯିବା ପାଇଁ ନୋଟିସ ହୋଇଛି। ହେଲେ ସେ ଘରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଥଇଥାନ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe