କନକ ବ୍ୟୁରୋ : ବାତ୍ୟାରେ ପର୍ଯ୍ୟଟନ ସଂସ୍କୃତି ବିଭାଗର ଶହେ କୋଟି କ୍ଷତି ହୋଇଛି । ସଂଗ୍ରହାଳୟ ଓ ପାନ୍ଥନିବାସ ଛାରଖାର ହୋଇଯାଇଛି । ବାତ୍ୟା ପରେ ପୁରୀ ଶ୍ରୀମନ୍ଦିର ଏବଂ କୋଣାର୍କ ସୁର୍ଯ୍ୟ ମନ୍ଦିର ପରିଦର୍ଶନ କରିଚନ୍ତି ଏଏସ୍ଆଇ ଡିଜି ଉଷା ଶର୍ମା । ବାତ୍ୟା ପରର ସ୍ଥିତି ଅନୁଧ୍ୟାନ ପରେ ଏଏସ୍ଆଇ ଡିଜି କହିଛନ୍ତି- କୋଣାର୍କ ମନ୍ଦିରର ସ୍ଥାପତ୍ୟ ଉପରେ କୌଣସି ପ୍ରଭାବ ପଡ଼ିନି । ମନ୍ଦିର ଉପରେ ଏଏସ୍ଆଇ ଟିମର ନଜର ରଖାଯାଇଛି ।
ମନ୍ଦିର ପରିସର ମଧ୍ୟରେ ଥିବା ବଗିଚା ନଷ୍ଟ ହୋଇଛି ଏବଂ ୧୪ ଦିନ ମଧ୍ୟରେ କୋଣାର୍କର ମରାମତି କାମ ଶେଷ କରିବା ସହ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ବୋଲି ଏଏସଆଇ ଡିଜି ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ମରାମତି କାମ ସାରିବାର ଲକ୍ଷ୍ୟ ରଖାଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ତେବେ ରଥଯାତ୍ରାର ୧୦-୧୨ ଦିନ ପୂର୍ବରୁ ମରାମତି ସରିବ ଏବଂ ଏହି କାମ ଏଏସଆଇର ବରିଷ୍ଠ ବିଶେଷଜ୍ଞଙ୍କ ତତ୍ୱାବଧାନରେ ହେବ ବୋଲି ଡିଜି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/111-2.png)