ସରସ୍ୱତୀ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟର ଶତ ପ୍ରତିଶତ ସଫଳତା । ୭ ପିଲା ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ ନମ୍ବର

218

କନକ ବ୍ୟୁରୋ : ସରସ୍ୱତୀ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟରେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୨୬୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୪୫ ଜଣ ପରୀକ୍ଷାର୍ଥୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୨୦୦ ଜଣ ପିଲା କୃତକାର୍ଯ୍ୟ ହୋଇଥିବା ବେଳେ ୫୭ଜଣ ପିଲା ଦ୍ୱିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଅନୁଷ୍ଠାନର ଏଭଳି ସଫଳତା ପାଇଁ ଚେୟାରମ୍ୟାନ ଡକ୍ଟର ଦେବଦତ୍ତ ସ୍ୱାଇଁ ଓ ଅଧ୍ୟକ୍ଷ ଡକ୍ଟର ବିଶ୍ୱଜିତ ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।