୧୦ ବର୍ଷର ପ୍ରେମ ସମ୍ପର୍କକୁ କରିଥାନ୍ତେ ସାକାର: ବିବାହର ୫ ଦିନ ପୂର୍ବରୁ ଚାଲିଗଲା ଯବାନଙ୍କ ଜୀବନ

302

କନକ ବ୍ୟୁରୋ: ବିବାହର ୫ ଦିନ ପୂର୍ବରୁ ଚାଲିଗଲା ସିଆରପିଏଫ ଯବାନଙ୍କ ଜୀବନ । ସଡକ ଦୁର୍ଘଟଣାରେ ଛତିଶଗଡର ବସ୍ତିରିଆ ବଟାଲିୟନର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଯବାନ ବିଜୟ ମରପଲ୍ଲୀଙ୍କ ବୟସ ୨୫ ବର୍ଷ । ଆସନ୍ତା ୨୪ ଫେବୃଆରୀ ସେ ବିବାହ କରିଥାନ୍ତେ । ହେଲେ ଫେବୃଆରୀ ୧୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ୧୭ ଫେବୃଆରୀରେ ଏକ ସଡକ ଦୁର୍ଘଟଣାରେ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁରେ ଏବେ ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ବିଜାପୁରର କେସଇ ଗୁଡାଗାଁର ନିବାସୀ ବିଜୟ ମରପଲ୍ଲୀ ସିଆରପିଏଫର ବସ୍ତରିଆ ବାଟାଲିୟନରେ ନିୟୋଜିତ ଥିଲେ । ତାଙ୍କ ବିବାହ ପାଇଁ ସେ ଫେବୃଆରୀ ୩ ତାରିଖରୁ ଛୁଟିରେ ଥିଲେ । ଏହି ସମୟରେ ସେ ତାଙ୍କ ବିବାହରେ ନିମନ୍ତ୍ରଣ କାର୍ଡ ଦେବାକୁ ଯାଉଥିଲେ । ୧୭ ଫେବୃଆରୀରେ ସେ କାର୍ଡ ଦେଇ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା ।

ବିଜୟଙ୍କ ଭାଇ ବିନୋଦ ମରପଲ୍ଲୀଙ୍କ କହିବାନୁସାରେ ଭାଇମାନଙ୍କ ମଧ୍ୟରେ ବିଜୟ ମଝିଆ ଥିଲେ । ଯାହାଙ୍କ ସେ ବିବାହ କରିଥାନ୍ତେ ସେ ତାଙ୍କୁ ୧୦ ବର୍ଷ ହେବ ପ୍ରେମ କରିଆସୁଥିଲେ । ସେହିପରି ବିଜୟଙ୍କ ସହ ବିବାହ ହେବାକୁ ଥିବା ଝିଅ ରେଶମା ୟାଲମ କହିଛନ୍ତି, ଆମେ ସ୍କୁଲ ସମୟରୁ ପରସ୍ପରକୁ ଭଲ ପାଉଥିଲୁ । ସେ ମତେ ସବୁଦିନ ଖୁସିରେ ରଖିବେ ବୋଲି କହିଥିଲେ, ଅନେକ ସ୍ୱପ୍ନ ଦେଖାଇଥିଲେ । ହେଲେ ଆଜି ସେ ମତେ ଏତା କରି ଚାଲିଗଲେ ।