ଅସହ୍ୟ ହେଲା ଦାରିଦ୍ର୍ୟ ତାଡ଼ନା: ୧୦ ବର୍ଷର ଶିଶୁ କନ୍ୟାକୁ ୫୦,୦୦୦ ଟଙ୍କାରେ ବିବାହ ପାଇଁ ବିକିଦେଲା ବାପା

Advertisment
ଅସହ୍ୟ ହେଲା ଦାରିଦ୍ର୍ୟ ତାଡ଼ନା: ୧୦ ବର୍ଷର ଶିଶୁ କନ୍ୟାକୁ ୫୦,୦୦୦ ଟଙ୍କାରେ ବିବାହ ପାଇଁ ବିକିଦେଲା ବାପା

କନକ ବ୍ୟୁରୋ: ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଜଣେ ବ୍ୟକ୍ତି ଦାରିଦ୍ର୍ୟର ତାଡ଼ନା ସହିନପାରି ଶେଷରେ ନିଜ ୧୦ ବର୍ଷର ଝିଅକୁ ବିକି ଦେବା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଶିଶୁ କନ୍ୟା ବିକ୍ରି ଘଟଣାରେ ଏବେ ତଦନ୍ତ ତରାନ୍ବିତ ହୋଇଛି। ଉକ୍ତ ଶିଶୁ କନ୍ୟାର ବିବାହ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ସାମାଜିକ ନ୍ୟାୟ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି। ଶିଶୁ ବିବାହ ନିବାରଣ ଆଇନ ଅଧୀନରେ ପୁଲିସ ଉକ୍ତ ମାମଲାରେ ତଦନ୍ତ ଆରମ୍ଭ କରିଛି।

publive-image

ସାମାଜିକ ନ୍ୟାୟ ଜିଲ୍ଲା ଅଧିକାରୀ ମନିଷ ଯୋଶୀ ଉକ୍ତ ମାମଲାରେ ହଦାଦ୍ ପୁଲିସରେ ଏକ ଏଫଆଇଆର ରୁଜୁ କରିଛନ୍ତି ଏବଂ ନାବାଳିକାକୁ ତା’ର ପିତା ୫୦,୦୦୦ ଟଙ୍କାରେ ବିବାହ ପାଇଁ ବିକ୍ରି କରିଦେଇଥିବା ସ୍ବୀକାର କରିଛନ୍ତି। ଦାନ୍ତା ତଲୁକା ସ୍ଥିତ ଖେରମାଲ୍ ଗ୍ରାମରେ ଏହି ଘଟଣା ଘଟିଛି। ଅହମଦାବାଦର ଅସରୱା ସ୍ଥିତ ଗୋବିନ୍ଦ ଥାକୋର୍ ନାମକ ଜଣେ ୩୭ ବର୍ଷୀୟ ବ୍ୟକ୍ତି ଶିଶୁ କନ୍ୟାର ପିତାଙ୍କୁ ୫୦ ହଜାର ଟଙ୍କା ଦେଇ ଝିଅଟିକୁ କିଣି ନେଇଥିଲା ଏବଂ ପରେ ତାକୁ ବିବାହ କରିଥିଲା । ତେବେ ଅହମଦାବାଦ ପୁଲିସର ମହିଳା ଅପରାଧ ଶାଖା ଦ୍ବାରା ଅସରୱାରେ ଏକ ଘରେ ଚଢ଼ଉ କରି ଉକ୍ତ ଶିଶୁକୁ ଉଦ୍ଧାର କରାଯାଇଛି ଏବଂ ତାକୁ ମହିଳା ସୁରକ୍ଷା ଗୃହକୁ ପଠାଇ ଦିଆଯାଇଛି।

publive-image

ପୁଲିସ ସୂଚନାନୁଯାୟୀ ଉକ୍ତ ଶିଶୁ କନ୍ୟାର ବାପା ଅତି ଗରିବ। କିଛି ମାସ ହେବ ତାଙ୍କୁ କିଛି କାମ ମିଳୁନଥିଲା। ଅନ୍ୟ ୩ ଜଣ ଶିଶୁଙ୍କୁ ଖାଇବାକୁ ଦେବାପାଇଁ ମଧ୍ୟ ସେ ଅସମର୍ଥ ଥିଲେ। ଆଇନ କାନୁନ ବିଷୟରେ କିଛି ଅବଗତ ନଥିବା ଉକ୍ତ ବ୍ୟକ୍ତି ଗ୍ରାମର ଜଣେ ଦଲାଲ୍ର କଥାରେ ପଡ଼ି ଝିଅକୁ ବିକି ଦେବାପାଇଁ ନିଷ୍ପତ୍ତି ନେଇଥିଲେ। ଦଲାଲର କଥା ଅନୁଯାୟୀ ସେ ଝିଅକୁ ଏକ ମେଳାକୁ ନେଇ ଯାଇଥିଲା। ସେଠାରେ ଅସୱରର ଗୋବିନ୍ଦ ଠାକୋର ନାମକ ଜଣେ ବ୍ୟକ୍ତି ଉକ୍ତ ଶିଶୁ କନ୍ୟାକୁ ୫୦,୦୦୦ ଟଙ୍କା ଦେଇ କିଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe