ଚର୍ଚ୍ଚାରେ କୁନି ଝିଅ । ମାତ୍ର ୧୦ ବର୍ଷର ସିମରନ ଆକାଉଣ୍ଟିଂ ଗଣିତର କରୁଛନ୍ତି ସମାଧାନ

424

କନକ ବ୍ୟୁରୋ : ଚାଟାର୍ଡ ଆକାଉନଟିଙ୍ଗ, କଷ୍ଟ ଆକାଉନଟିଙ୍ଗ ବା କଷ୍ଟ ମ୍ୟାନେଜମେଂଟ ଆକାଉନଟିଙ୍ଗର ପାଠର ନା ଶୁଣିଲାବେଳୁ ପରୀକ୍ଷାର୍ଥୀଙ୍କ ନିଦ ହଜିଯାଏ । ବର୍ଷ ବର୍ଷ ଧରି ପାଠ ପଢି ପରିକ୍ଷାର୍ଥୀ ଏହି ପରିକ୍ଷାରେ ଉତିନ୍ନ ହେବା କଷ୍ଟକର ହୋଇପଡେ । କିନ୍ତୁ ଏହି ପାଠ୍ୟକ୍ରମର ଆକାଉଂଟାସି ବିଷୟର ସମସ୍ତ ଗଣିତକୁ ଅତି ସହଜରେ ସମାଧାନ କରିପାରୁଛି ଏହି ୧୦ବର୍ଷର ଝିଅ । ବିସ୍ମୟ ବାଳିକା ସିମ୍ରନ । ଚତୁର୍ଥ ଷ୍ଟାଣ୍ଡାର୍ଡରେ ପଢୁଥିବା ସିମ୍ରନ ଆକାଉଂଟାସିର ଆମାଲାଗାମେସନ, ଫାଇନାଲ ରିପୋର୍ଟ, କମ୍ପାନୀ ଭେଲୋସିଟ, ନନ୍ ପ୍ରଫିଟ ଅରଗାନାଇଜେସନ, ରିସିଭଡ ଆଣ୍ଡ ପେମେଂଟ ଆକାଉଂଟର ଯେକୌଣସି ପ୍ରଶ୍ନର ଉତର ଅତି ସହଜରେ ମାତ୍ର କିଛି ସମୟ ମଧ୍ୟରେ ସମାଧାନ କରିପାରୁଛି ସିମ୍ରନ ।

ସିମ୍ରନ ସମାଧାନ କରିପାରୁଥିବା ଆକାଉଂଟାସିର ସମସ୍ତ ବିଷୟଗୁଡିକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପାଇଁ ଏକ କମ୍ପାନୀ ତିଆରି କରିଛନ୍ତି । ମାଇଣ୍ଡ ପ୍ରୋଗ୍ରାମ୍ ଡେଭଲପମେଂଟ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ତିଆରି କରିଛନ୍ତି । ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବାକୁ ଯାଉଥିବାବେଳେ ଏଥିପାଇଁ ଦୁଇଜଣ ଚାଟାର୍ଡ ଆକାଉଟାଂଟଙ୍କ ଇଂଟରଭ୍ୟିୁ ନେଇ ନିଯୁକ୍ତି ମଧ୍ୟ ଦେଇଛନ୍ତି ସିମ୍ରନ ।

ଏହା ଚମକ୍ରାର ନୁହେଁ କେବଳ ସର୍ମପଣ , ନିଷ୍ଠା, ଶୃଙ୍ଖଳା ଦ୍ୱାରା ସମ୍ଭବ ବୋଲି ସିମ୍ରନକୁ ଶିକ୍ଷା ଦେଇଥିବା ତାଙ୍କ ବାପା କୁହନ୍ତି । ଭେଦିକ ବିକାଶ ଅନୁଯାୟୀ ନିଜେ ଗବେଷଣା କରି ଏକ ଟେକନିକ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ୱାରା ଆକାଉଂଟାସିର ଅତି କଷ୍ଟସାଧ୍ୟ ପ୍ରଶ୍ନର ଉତର ଦିଆଯାଇପାରିବ ।

ସିମ୍ରନଙ୍କ ଏହି ଭଳି ଜ୍ଞାନ ଲାଗି ତାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଭଳି ବ୍ୟକ୍ତିତ୍ୱ ଉତ୍ସାହିତ କରିଛନ୍ତି । ଆସନ୍ତା ୨୮ ତାରିଖରେ ଏକ ସମ୍ମିଳନୀରେ ଚାଟାର୍ଡ ଆକାଉଂଟାଟଙ୍କ ପ୍ରଶ୍ନର ଉତର ଦେବାସହ ସିମ୍ରନ ମଧ୍ୟ ଚାଟାର୍ଡ ଆକାଉଂଟାଟକୁ ପ୍ରଶ୍ନ ପଚାରିବେ ।