୧୦ ବର୍ଷୀୟ ନାବାଳିକା ହେଲେ ଗର୍ଭବତୀ ! ୪ ମାସ ଧରି ନାବାଳକ କରିଆସୁଥିଲା ଦୁଷ୍କର୍ମ

Advertisment
୧୦ ବର୍ଷୀୟ ନାବାଳିକା ହେଲେ ଗର୍ଭବତୀ ! ୪ ମାସ ଧରି ନାବାଳକ କରିଆସୁଥିଲା ଦୁଷ୍କର୍ମ

OrissaPOST

ମହାରାଷ୍ଟ୍ରର ପାଲଘର ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ୧୨ ବର୍ଷିୟ ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ୧୦ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିବା ଖବର ମିଳିଛି। ନାବାଳିକାଙ୍କ ପରିବାର ଲୋକ ପୁଲିସରେ ଅଭିଯୋଗ ଆଣିବା ପରେ ନାବାଳକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଗତ ୪ ମାସ ହେବ ନାବାଳିକା ଜଣକ ଉକ୍ତ ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ସହ ଏବେ ପଦାକୁ ଆସିଛି।

publive-image

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ନାବାଳିକାଙ୍କର ପେଟ ଯନ୍ତ୍ରଣା ହୋଇଥିଲା। ପେଟ ଯନ୍ତ୍ରଣା ହେବାରୁ ତାଙ୍କ ବାପାମାଆ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଗଲେ। ଡାକ୍ତରମାନେ ପରୀକ୍ଷା କରି ନାବାଳିକା ଜଣକ ଗର୍ଭବତୀ ଥିବା ଜଣାଇବା ପରେ ସତ ସାମ୍ନାକୁ ଆସିଥିଲା। ନାବାଳକଙ୍କୁ ପୋସ୍କୋ ଆକ୍ଟ ଦ୍ୱାରା ଅଟକ ରଖାଯାଇଛି। ପୁଲିସ୍ ସୂଚନା ମୁତାବକ ଏହି ମାମଲାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe