କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ଅୟାନ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ୧୦ ବର୍ଷ ବୟସରେ ଅୟାନ ଉତ୍ତର ପ୍ରଦେଶ ବୋର୍ଡର ଦଶମ ପରୀକ୍ଷା ପାସ୍ କରିଛନ୍ତି । କେବଳ ଏତିକି ନୁହେଁ ଅୟାନ ଦଶମ ବୋର୍ଡ ପରୀକ୍ଷାରେ ଭଲ ମାର୍କ ମଧ୍ୟ ରଖିଛନ୍ତି । ସେ ଚଳିତ ବୋର୍ଡ ପରୀକ୍ଷାରେ ୭୬.୬୭ ପ୍ରତିଶତ ମାର୍କ ପାଇଛନ୍ତି । ଯଦି ଭିନ୍ନ ଭିନ୍ନ ବିଷୟର କଥା କହିବା ତେବେ ହିନ୍ଦିରେ ୭୩, ଇଂରାଜୀରେ ୭୪, ଗଣିତରେ ୮୨, ବିଜ୍ଞାନରେ ୮୩, ସାମାଜିକ ବିଜ୍ଞାନରେ ୭୮ ଓ କମ୍ପ୍ୟୁଟର ପେପରରେ ୭୦ ପ୍ରତିଶତ ମାର୍କ ରଖିଛନ୍ତି । ଏତେ କମ୍ ବୟସରେ ୟୁପି ବୋର୍ଡର ଦଶମ ଶ୍ରେଣୀ ପାସ୍ କରିବାରେ ଅୟାନ ରେକର୍ଡ କରିଛନ୍ତି ।

Advertisment

ଉତ୍ତର ପ୍ରଦେଶ ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସର୍ବନିମ୍ନ ୧୪ ବର୍ଷ ବୟସ ହୋଇଥିବା ଆବଶ୍ୟକ । ହେଲେ ଅୟାନ ଯେଉଁ ସ୍କୁଲରେ ପଢୁଥିଲେ ସେଠିକାର ପ୍ରିନ୍ସପାଲ ଅୟାନଙ୍କ ପରୀକ୍ଷା ପାଇଁ ବୋର୍ଡରୁ ସ୍ୱତନ୍ତ୍ର ଅନୁମତି ଆଣିଥିଲେ ।

ଅୟାନ ଗ୍ରେଟର ନୋଇଡା ଦାଦରୀରେ ରହିଥାନ୍ତି । ତାଙ୍କ ପିତା ମନୋଜ ଗୁପ୍ତ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ମା ଜଣେ ଗୃହିଣୀ । ଅୟାନଙ୍କ ମାତା ପିତା କହିଛନ୍ତି କି କୋଭିଡ ସମୟରେ ଅୟାନ ପଢୁଥିବା କ୍ଲାସର ବହି ପଢି ପଢି ବିରକ୍ତ ହୋଇଯାଇଥିଲେ । ଫଳରେ ତାଙ୍କୁ ଉପର କ୍ଲାସର ବହି ପଢିବାକୁ ଦିଆଯାଇଥିଲା । ଏହାପରେ ଅୟାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ଘରୋଇ ଟିଉସନ ମାଷ୍ଟର ଯୋଗାଡ କରାଯାଇଥିଲା । ଏହାସହ ଅୟାନ କିଭଳି ୧୦ ବର୍ଷ ବୟସରେ ଦଶମ ବୋର୍ଡ ପରୀକ୍ଷା ଦେଇପାରିବେ ତା ଉପରେ ସ୍କୁଲ ସହ ଯୋଗା ଯୋଗ କରାଯାଇଥିଲା ।