କନକ ବ୍ୟୁରୋ : ଛୋଟିଆ ଝିଅଟିର ବୟସ ମାତ୍ର ୧୦ ବର୍ଷ । ହେଲେ ତା ହାତ ଲେଖା ଚିଠି କିଛି ଖାସ ଥିଲା । ଆଉ େଇ ଖାସ ଚିଠି ବଦଳରେ କମ୍ପାନୀ ପଠାଇଛି ସରପ୍ରାଇଜ । ଇଏ ସ୍କଟଲ୍ୟାଣ୍ଡ ଏଡିନବର୍ଗର ଘଟଣା ।

Advertisment

ଏଡିନବର୍ଗରେ ରହୁଥିବା ଏହି ଛୋଟିଆ ଝିଅ ନିକଟକୁ ଗ୍ରେସକୁ ଟେଲର ସ୍ନାକ୍ସ ନାମକ ଏକ ଚିପ୍ସ କମ୍ପାନୀ ଟ୍ରକ ଭର୍ତି କରି ଚିପ୍ସ ପଠାଇଛି, ସେ ବି ପୁରା ମାଗଣା । ଗ୍ରେସକୁ ଟେଲର ଚିପ୍ସର ଗୋଟେ ଖାସ ଫ୍ଲେବର କୁନି ଝିଅଟିକୁ ଖୁବ ପସନ୍ଦ ଥିଲା । ହେଲେ ଗରମ ବାତାବରଣ ଯୋଗୁଁ ସେଇ ଫ୍ଲେବରର ଚିପ୍ସକୁ କମ୍ପାନୀ ତିଆରି କରିବା ବନ୍ଦ କରିଦେଇଥିଲା । କେବଳ ଶୀତ ଦିନରେ ହିଁ କମ୍ପାନୀ ଏଇ ଫ୍ଲେବର ବଜାରକୁ ଛାଡିବାର ଥିଲା । ହେଲେ କୁନି ଝିଅକୁ ତ ସେଇ ଫ୍ଲେବର ଖୁବ ପସନ୍ଦ । ସେ ଆଖ ପାଖ ସବୁ ଦୋକାନରେ ସେଇ ଚିପ୍ସ ଖୋଜିବାରେ ଲାଗିଲା । ହେଲେ କୌଣସି ଜାଗାରେ ବି ନ ମିଳିବାରୁ ଝିଅଟି ଶେଷରେ କମ୍ପାନୀକୁ ଲେଖିଥିଲା ଗୋଟେ ଅନୁରୋଧର ଚିଠି ।

କୁନି ଝିଅଟି ତା ଚିଠିରେ ଲେଖିଥିଲା କି ‘ଡିଅର ଜେମ୍ସ ଟେଲର , ତୁମ କମ୍ପାନୀ ତିଆରି କରୁଥିବା ଏହି ଚିପ୍ସର ମ୍ୟାଜିକ ହେଗିସ ଆଉ ବ୍ଲକ ପେପର ଫ୍ଲେବର ମତେ ଖୁବ ପସନ୍ଦ । ଖାଲି ମତେ ନୁହେଁ ମୋ ପରିବାର ମଧ୍ୟ ଏହା ଖାଇବକୁ ଖୁବ ପସନ୍ଦ କରନ୍ତି । ଏସବୁ କେବଳ ଶୀତ ଦିନେ ଆସୁଛି ବୋଲି ଅମକୁ ଅନ୍ୟ ସମୟରେ ମିଳୁ ନାହିଁ । ଅମେ ସମସ୍ତେ ମାର୍କେଟରେ ଏଇ ଚିପ୍ସ ପାଇଁ ଜଗିଛୁ । ମୁଁ ଚାହୁଛି କି ବର୍ଷ ସାରା ଏଇ ଚିପ୍ସ ମାର୍କେଟରେ ମିଳୁ , ମୁଁ ଯେବେ ଚାହିଁବି ଖାଇ ପାରିଥାନ୍ତି । ଯଦି କମ୍ପାନୀ ମୋ ଅନୁରୋଧ ଶୁଣେ ତାହେଲେ ମୁ ଖୁସି ହେବି’ ନହେଲେ ତାକୁ ବହୁତ ଦଃୁଖ ଲାଗିବ ବୋଲି ଟେଲର ଚିପ୍ସ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଜେମ୍ସଙ୍କୁ ପତ୍ର ଲେଖିଥିଲା କୁନି ଝିଅ ।

ଖାଲି ସଧା ଚିଠି ନୁହେଁ ଲେଖିବା ସହ ଚିଠିରେ ସୁନ୍ଦର ସୁନ୍ଦର ଷ୍ଟିକର ଯୋଡି ନିଜ ନା ଓ ଠିକଣା ଲେଖି ପଠାଇଥିଲା । ଏଇ କିଛି ପଦ କଥା କମ୍ପାନୀର ଏମ.ଡିଙ୍କ ମନକୁ ଖୁବ ଛୁଇଁଥିଲା । ଜେମ୍ସ ଟେଲର କୁନି ଝିଅର ଅନୁରୋଧ ରଖି ଖାଲି ସେହି ଚିପ୍ସ ମାର୍କେଟକୁ ଛାଡିନଥିଲେ ପୁରା ଗୋଟିଏ ଟ୍ରକ ଭର୍ତ୍ତି ଚିପ୍ସ କୁନି ଝିଅର ଠିକଣାରେ ପଠାଇ ଦେଇଥିଲେ । କେବଳ ସେତିକି ନୁହେଁ କମ୍ପାନୀ ତରଫରୁ ଏକ ମାଗଣା ଟ୍ରିପ୍ ପାଇଁ ଟିକେଟ ମଧ୍ୟ ପଠାଯାଇଛି ।

ଗ୍ରେସଙ୍କ ମା କମ୍ପାନୀର ଏଇ ଆଗ୍ରହ ମୂଳକ ପଦକ୍ଷେପ ପାଇଁ ଖୁବ ଖୁସି ଅଛନ୍ତି । ଏପରି ଚିଠି ଲେଖିବା ସମ୍ପୁଣ୍ଣ ଭାବେ କୁନି ଝିଅର ଥିଲା । ଜେମ୍ସଙ୍କ ପ୍ରତି ଉତ୍ତର କୁନି ଝିଅ ଗ୍ରେସକୁ ନିହାତି ପ୍ରଭାବିତ କରିବ । ଗ୍ରେସ ଓ ତାଙ୍କ ପରିବାର ଏବେ ଫ୍ୟାକ୍ଟ୍ରି ବୁଲିବା ତଥା ତିଆରି ପ୍ରକ୍ରିୟା ଦେଖିବା ପାଇଁ ଖୁବ ଉତ୍ସାହିତ । ପ୍ରତିକ୍ରିୟାରେ ଜେମ୍ସ କହିଛନ୍ତି ସେ ଯେଉଁ ଦିନ ଏଇ ଚିଠି ମୁଁ ଦେଖିଲି ଝିଅଟିର ଆଗ୍ରହ ଓ ଉତ୍ସାହ ଦେଖି ମୋତେ ବହୁତ ଖୁସି ଲାଗିଲା । ମାର୍କେଟରେ ଏହାର ଚାହିଦା ଏତେ ଅଧିକ ବଢୁଥିବାର ଦେଖି ମୁଁ ପୁଣି ଏଇ ଚିପ୍ସକୁ ବଜାରକୁ ଛାଡିବାକୁ ନିଷ୍ପତି ନେଲି ।