୧୦ ବର୍ଷୀୟ ବାଳକର ପ୍ରଂଶସନୀୟ କାମ : ଜେଜେମା’ ଖୋଲାରେ ଶୌଚ ଯାଉଥିବା ଦେଖି ନିର୍ମାଣ କଲେ ଶୌଚାଳୟ

52

ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ଦେଶବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ଓ ବାହାରେ ଶୌଚ ନହେବା ପାଇଁ କୁହାଯାଇଥିଲା । ଯାହା ପରେ ଦେଶରେ କିଛିଟା ସ୍ଥାନ ପ୍ରଦୂଷଣ ମୁକ୍ତ ହୋଇପାରିଥିଲା ।  ଖୋଲାରେ ଶୌଚ ସମସ୍ୟା ଏବେ ବି ଭାରତର କେତେକ ଗ୍ରାମାଂଚଳରେ ଅଛି ଓ ଲୋକମାନେ ଏପର୍ଯ୍ୟନ୍ତ ଏହି ଅଭ୍ୟାସକୁ ସଂପୂର୍ଣ୍ଣ ଭାବେ ଛାଡିପାରିନାହାଁନ୍ତି । ଏତେ ସଚେତନତା ସତ୍ତ୍ୱେ ସେମାନେ ଶୌଚାଳୟ ନକରି ବାହାରେ ଶୌଚ ହେବାକୁ ପସନ୍ଦ କରୁଛନ୍ତି । ଏଭଳି ବିପଦ ସହ ଳଢ଼ିବାକୁ ଅନେକ ଏହି ମାମଲାକୁ ନିଜ ହାତକୁ ନେଇଛନ୍ତି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କଥାକୁ ବଡ଼ ଲୋକମାନେ ବୁଝି ପାରିନଥିବା ବେଳେ ଜଣେ ୧୦ବର୍ଷୀୟ ବାଳକ ଏହାକୁ ନେଇ ଉଦାହରଣ ସୃଷ୍ଟି କରିପାରିଛି । ନିଜ ଜେଜେମା’ଙ୍କୁ ବାହାରେ ଶୌଚ ହେଉଥିବାର ଦେଖି ଶୌଚାଳୟ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛି ଏହି ୧୦ବର୍ଷୀୟ ବାଳକ ।

ସୂଚନା ମୁତାବକ, ବିହାରରେ ଏକ ଗାଁରେ ରହୁଥିବା ହୀରା କୁମାର ନାମକ ଜଣେ ବାଳକ ନିଜ ଜେଜେ ମା’ ଗୀତା ଦେବୀଙ୍କୁ ବାହାରେ ଶୌଚ ହେଉଥିବାର ଦେଖି ତାଙ୍କ ପାଇଁ ଶୌଚାଳୟ ତିଆରି କରିବା କଥା ଭାବିଥିଲେ । ଏଥିପାଇଁ ସେ ନିଜ ଘର ପଛପଟେ ଏକ ଗାତ ଖୋଳିବା ଆରମ୍ଭ କରିଥିଲେ । କିନ୍ତୁ ଦୁଇ ଦିନ ଲଗାତାର କଠିନ ପରିଶ୍ରମ କରିବାରୁ ହୀରାଙ୍କ ଦେହ ଖରାପ ହୋଇଯାଇଥିଲା । ଏହି କାମକୁ ସଂପୂର୍ଣ୍ଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ଗାଁର ମୁଖିଆ ରୀତା ଦେବୀ । ହୀରାଙ୍କ ଏହି କାମକୁ ରୀତା ଦେବୀ ପ୍ରଶଂସା କରିବା ସହ ରୀତା ସ୍ୱଚ୍ଛ ଭାରତ ମିଶନର ରୋଲ ମଡ଼େଲ ବୋଲି କହିଛନ୍ତି । ହୀରାଙ୍କ ଏହି କାମକୁ ଦେଖି କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ରାଧା ମୋହନ ସିଂହ ତାଙ୍କୁ ୧୦ହଜାର ଟଙ୍କା ପୁରସ୍କାର ଦେଇଥିବା ଜଣାପଡ଼ିଛି ।