କନକ ବ୍ୟୁରୋ: ବାଲେଶ୍ୱର ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ। ୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧୦ଗାଁର ମୋଟ ୧୦ ହଜାର ୫୮୧ ଜଣଙ୍କୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଆଜି ଭୋର ସକାଳୁ ଲୋକଙ୍କୁ ସ୍ଥାନାନ୍ତାର କରାଯାଉଛି । ଚାନ୍ଦିପୁର ଆଇଟିଆରରୁ ଏଲ-ସି-ଥ୍ରୀ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ସ୍ଥିର କରାଯାଇଥିବା ବେଳେ ସାଢ଼େ ତିନ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କ ସ୍ଥାନାନ୍ତର ଓ ସୁରକ୍ଷା ନିମନ୍ତେ ଜିଲ୍ଲା ଓ ପୋଲିସ ପ୍ରଶାସନ ପଦକ୍ଷେପ ନେଇଛି ।
ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସହଜତା ପାଇଁ ୧୦ରୁ ଉଦ୍ଧ୍ୱର୍ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଓ ସେହିଭଳି ପୋଲିସ ପ୍ରଶାସନ ପକ୍ଷରୁ ୨୨ଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି ଓ ଉକ୍ତ ଅଞ୍ଚଳଗୁଡିକରେ ଡ଼ାକବାଜି ଯନ୍ତ୍ରଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଛି।