ମାତ୍ର ୨ ଟଙ୍କାର ଫିଟିକିରିକୁ ୧୦ଟି ଉପାୟରେ ବ୍ୟବହାର କରିପାରିବେ, ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

207

‘ଫିଟିକିରି’କୁ ଇଂରାଜୀରେ ଏଲମ କହନ୍ତି । ଏହା ଅସଲରେ ପୋଟାସିୟମ ଆଲୁମିନିୟମ ସଲଫେଟ ଅଟେ । ଏଥିରେ ବହୁତ ପ୍ରକାରର ଔଷଧୀୟ ଗୁଣ ଅଛି । ଆୟୁର୍ବେଦରେ ଏହାକୁ ଅନେକ ରୋଗରେ ବ୍ୟବହାର କରାଯାଏ । ଏହା ରକ୍ତକୁ ବିଶୁଦ୍ଧ କରେ ଓ ଲୋହିତ ରକ୍ତ କଣିକାକୁ ନଷ୍ଟ କରେ । ଏହା ଆଣ୍ଟିସେପ୍ଟିକ ଓ ଆଣ୍ଟି ବ୍ୟାକ୍ଟେରିଆଲ ଭଳି କାମ କରେ ।

• ଯଦି ବେଶି ଝାଳ ବହେ, ତେବେ ଗାଧୋଇବା ବେଳେ ପାଣିରେ ଫିଟିକିରି ଗୋଳାଇ ଗାଧାନ୍ତୁ । ଝାଳ ବହିବା ବନ୍ଦ ହୋଇଯିବ ।

• ଚେହେରାରେ ଥିବା କୁଂଚନ ହଟାଇବା ପାଇଁ ଫିଟିକିରି ଖଣ୍ଡକୁ ପାଣିରେ ବୁଡାଇ ଚେହେରାରେ ଧିରେ ଧିରେ ଲଗାନ୍ତୁ । ଶୁଖିଗଲା ପରେ ସାଧା ପାଣିରେ ମୁହଁକୁ ଧୁଅନ୍ତୁ । କିଛି ଦିନ ମଧ୍ୟରେ କୁଂଚନ ହଟିଯିବ ।

• ବିଷାକ୍ତ କୀଟ ବା ବିଛା କାଟିଲେ ପାଣିରେ ଫିଟିକିରି ପାଉଡର ମିଶାଇ ମୋଟା ଘୋଳ ତିଆରି କରି ଲଗାଇଲେ ଆରାମ ମିଳିଥାଏ ।

• ଦାନ୍ତ ବ୍ୟଥା ହେଲେ ଫିଟିକିରି ଓ ଗୋଲମରିଚ ସମାନ ମାତ୍ରାରେ ଚୂନା କରି ବ୍ୟଥା ହେଉଥିବା ଦାନ୍ତର ମାଢ଼ିରେ ଲଗାନ୍ତୁ । ଏହାଦ୍ୱାରା ବ୍ୟଥା କମିଯିବ ।

• ଶରୀରରେ ଥିବା ଛୋଟ ଛୋଟ କ୍ଷତରୁ ରକ୍ତ ବହୁଥିଲେ ଫିଟିକିରିର ପାଉଡରକୁ କ୍ଷତ ଉପରେ ଲଗାଇଲେ ରକ୍ତ ବହିବା ବନ୍ଦ ହୋଇଯାଇଥାଏ ।

• ଫିଟିକିରି ମିଶା ପାଣିରେ କିଛି ଦିନ ମୁଣ୍ଡ ଧୋଇଲେ ଉକୁଣୀ ମରିଯାଆନ୍ତି ।

• ଅର୍ଶରେ ଫିଟିକିରିର ପାଉଡରକୁ ଲହୁଣୀରେ ମିଶାଇ ଲଗାଇଲେ ବହୁତ ଲାଭ ମିଳେ ।

• ନାକରୁ ରକ୍ତ ବହିଲେ ଫିଟିକିରିର ଘୋଳରେ ତୁଳା ବୁଡାଇ ନାକରେ ଲଗାଇଲେ ରକ୍ତ ବହିବା ବନ୍ଦ ହୋଇଯାଇଥାଏ ।

• ଘା’ ପାଇଁ ଫିଟିକିରିକୁ ଗରମ କରି ଚୂର୍ଣ୍ଣ କରି ଘିଅରେ ମିଶାଇ ଘା’ ଉପରେ ଲଗାଇଲେ ତାହା ଠିକ ହୋଇଯାଇଥାଏ ।