ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା : ୧୦ଟି ଟ୍ରେନ ବାତିଲ

290

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୧୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ସେହିପରି ୩ଟି ଟ୍ରେନକୁ ଆଂଶିକ ବାତିଲ ଓ ୧୦ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ପଲାସା- ବିଶାଖପାଟଣା ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ କୋବ୍ରା ଏକ୍ସପ୍ରେସ, ପଲାସା –ବିଶାଖପାଟନମ ସ୍ପେଶିଆଲ ଟ୍ରେନ, ବିଶାଖପାଟନମ-ପାରାଦୀପ ଏକ୍ସପ୍ରେସ, ପାରାଦୀପ ବିଶାଖପାଟନମ ଏକ୍ସପ୍ରେସ ବାତିଲ କରାଯାଇଛି ।

କୋବ୍ରା-ବିଶାଖାପାଟନମ ଏକ୍ସପ୍ରେସ , ରାୟଗଡା ବିଶାଖାପାଟନମ ପାସେଞ୍ଜର, ବିଜୟନଗରମ-ବିଶାଖାପାଟନମ ସ୍ପେଶିଆଲ ଟ୍ରେନ, ବିଶାଖାପାଟନମ-ଗୁଣୁପୁର ସ୍ପେଶିଆଲ ଟ୍ରେନ, ଗୁଣୁପୁର-ବିଶାଖାପାଟନମ ସ୍ପେଶିଆଲ ଟ୍ରେନ ବାତିଲ ହୋଇଛି ।

ରେଳ ଦୁର୍ଘଟଣା ଯୋଗୁଁ ୩ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ପୁରୀ-ଚେନ୍ନାଇ ଏକ୍ସପ୍ରେସ-ପୁରୀରୁ ବାହାରି ପଲାସା ଯିବ । ପଲାସାରୁ ପୁଣି ପୁରୀକୁ ଫେରି ଆସିବ । ଯଶୋବନ୍ତ ପୁର-ପୁରୀ ଏକ୍ସପ୍ରେସ-ଯଶୋବନ୍ତପୁରରୁ ବାହାରି ବିଶାଖାପାଟନମ ଯାଏଁ ଆସିବ । ଏହାପରେ ବିଶାଖାପାଟନମରୁ-ପୁରୀକୁ ବାତିଲ କରାଯାଇଛି । ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବିଶାଖାପାଟନମ ଯାଏଁ ଆସିବ ବୋଲି ସୂଚନା ଦେଇଛି ଇଷ୍ଟକୋଷ୍ଟ ରେଳବାଇ ।