କନକ ବ୍ୟୁରୋ: ରେଳ ବଜେଟରେ ଓଡିଶାକୁ ମିଳିଲା ୧୦ ହଜାର ୧୨ କୋଟି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟବରାଦ ହୋଇଛି । ଗତ ବଜେଟ ତୁଳନାରେ ଚଳିତ ବଜେଟରେ ଅନୁଦାନ ବଢିଛି । ରାଜ୍ୟ ସରକାର ଯେତେ ମାଗିଥିଲେ ତାଠାରୁ ଅଧିକ ଦେଇଛନ୍ତି କେନ୍ଦ୍ର ସରକାର । ରେଳ ବଜେଟରେ ରାଜ୍ୟ ସରକାର ମାଗିଥିଲେ ୮, ୪୦୦ କୋଟି ଟଙ୍କା । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ ହେବା ନେଇ ସେ ସୂଚନା ଦେଇଛନ୍ତି । ସେହିପରି ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଯାତ୍ରୀଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱର ଏୟାକପୋର୍ଟରୁ ଲିଙ୍ଗରାଜ ଷ୍ଟେସନ ଯାଏଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ।
ରେଳ ବଜେଟରେ ଓଡିଶାକୁ ୧୦ ହଜାର କୋଟି: ଗତ ବଜେଟ ତୁଳନାରେ ମିଳିଛି ଅଧିକ
/kanak/media/post_attachments/wp-content/uploads/2023/02/7-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)