ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ ।

211

କନକ ବ୍ୟୁରୋ: ଖୋର୍ଦ୍ଧା ଜଟଣୀ ସ୍ଥିତ ଆଇଆଇଟିରୁ ୧୦ ଛାତ୍ର କରୋନା ପଜିଟିଭ ଚିହ୍ନଟ । ପ୍ରଥମେ ୮ ଜଣ ଚିହ୍ନଟ ହୋଇଥିଲେ, ଆଜି ୨ ସଂକ୍ରମିତ ଚିହ୍ନଟ । ଗତକାଲି ପଠାଯାଇଥିବା ୪୫ ନମୁନାରୁ ୨ ସଂକ୍ରମିତ ଚିହ୍ନଟ ସୂଚନା । ସମସ୍ତ ଆକ୍ରାନ୍ତ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ଅଛନ୍ତି । ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ।

ଏବେ କରୋନା କବଳରେ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ । ଭୁବନେଶ୍ୱର ଜାଭିୟର, ରାଉରକେଲାର ନିଟ୍୍ ଏଭଳି ଅନେକ ଶିକ୍ଷାନୁଷ୍ଠାନ ଏବେ କରୋନା କବଳରେ । ସେହିପରି ଆଜି ଆଲେନ ଇନଷ୍ଟିଚ୍ୟୁଟରୁ ମଧ୍ୟ କରୋନା ପଜିଟିଭ ବାହାରିବା ପରେ ବିଏମସି ତାକୁ ସିଲ କରିଥିଲା ।