କନକ ବ୍ୟୁରୋ: ହୀରାକୁଦ ବନ୍ଦ କଲା ୧୦ ଟି ଗେଟ୍ । ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ୧୦ଟି ଗେଟ୍ ବନ୍ଦ କରାଯାଇଛି । ବନ୍ୟା ଜଳ ପ୍ରବେଶ ଓ ନିଷ୍କାସନକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯାଇଛି । ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍କୁ ବନ୍ଦ କରାଯାଇଛି । ଗେଟ୍ ବନ୍ଦ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବର୍ତ୍ତମାନ ୧୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।

Advertisment

publive-image

ସେପଟେ, ଆଜି ରାତି ସୁଦ୍ଧା ମୁଣ୍ଡଳିରେ ପହଁଞ୍ଚିବ ହୀରାକୁଦ ଛାଡିଥିବା ବନ୍ୟା ପାଣି । ଜଳ ସମ୍ପଦ ବିଭାଗର ସୂଚନା ଅନୁଯାୟୀ ମୁଣ୍ଡଳି ନିକଟରେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ହୀରାକୁଦ ଡ୍ୟାମରୁ ୨୦ଟି ଗେଟ୍ ଦେଇ ଗତକାଲି ଛଡାଯାଇଛି ପାଣି । ତେଣୁ ଏହି ପାଣି ପ୍ରବେଶ କଲେ ମହାନଦୀ ଆହୁରି ଫୁଲିବା ସମ୍ଭାବନା ରହିଛି । ଫଳରେ ତଳିଆ ଅଂଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦ ଦଶମିକ୍ ଆଠ ସାତ ଫୁଟ ରହିଛି ।

publive-image

ଏବଂ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୫୧ ହଜାର ୫୫୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୧୫ହଜାର କ୍ୟୁସେକ୍ ଜଳ । ଏବେ ମୋଟ ୨୦ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଯଦି ଆଉ ଗେଟ୍ ଖୋଲାଯାଏ ତେବେ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ମୁଣ୍ଡଳିରେ ପାଣି କମିବା ପରେ ନରାଜରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି । ତଥାପି ତଳିଆ ଅଂଚଳ ଲୋକେ ମହାନଦୀର ପାଣିକୁ ନେଇ ଚିନ୍ତାରେ ପଡିଛନ୍ତି ।