କନକ ବ୍ୟୁରୋ: ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଲା କମିଶନରେଟ ପୋଲିସ । ଚୋର ଧରାଇବାରେ ସାହାଯ୍ୟ କଲେ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା ମିଳିବ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରହିବ ବୋଲି କମିଶନରେଟ ପୋଲିସ କହିଛି ।

Advertisment

ଯେଉଁସବୁ ଲୁଟେରା ଦୀର୍ଘ ଦିନ ହେବ ଫେରାର ରହିଛନ୍ତି ସେମାନଙ୍କ ଫଟୋକୁ ସାର୍ବଜନୀନ ସ୍ଥାନରେ ମାରିଛି ପୋଲିସ । ରାଜଧାନୀରେ ଥିବା ବିଭିନ୍ନ ଥାନା ଅଞ୍ଚଳର ଲୁଟ କେସର ଅଭିଯୁକ୍ତଙ୍କ ଫଟୋକୁ ବିଭିନ୍ନ ସ୍ଥାନରେ ମାରିବାକୁ କୁହାଯାଇଛି । ପାଖାପାଖି ୧୦୦ଟି ସ୍ଥାନରେ ପୋଲିସ ଲୁଟେରାଙ୍କ ପୋଷ୍ଟର ମାରିବାକୁ ନିଷ୍ପତି ନେଇଛି । ନିକଟରେ ରାଜଧାନୀରେ ଲୁଟପାଟ ବଢି ଚାଲିଛି । ରାତି ଅଧରେ ଆପାର୍ଟମେଂଟ ଭିତରେ ହେଉ ଅବା ଦିନବେଳା ଲୁଟପାଟ ବଢିଛି । ଏହାକୁ ରୋକିବାକୁ ଯାଇ ପୋଲିସ ଚୋର ଧରିବାକୁ ଲୋକଙ୍କ ସହାୟତା ଲୋଡିଛି ।