୨୦୧୯-୨୦ ଶିକ୍ଷା ବର୍ଷରୁ ଲାଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ ! ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗରିବ ସବର୍ଣ୍ଣଙ୍କୁ ମିଳିବ ସୁବିଧା ।

୨୦୧୯-୨୦ ଶିକ୍ଷା ବର୍ଷରୁ ଲାଗୁ ହେବ ୧୦ ପ୍ରତିଶତ ସଂରକ୍ଷଣ ! ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗରିବ ସବର୍ଣ୍ଣଙ୍କୁ ମିଳିବ ସୁବିଧା ।

image courtesy - www.livemint.com

କନକ ବ୍ୟୁରୋ : ଶିକ୍ଷାନୁଷ୍ଠାନରେ ୨୦୧୯-୨୦ ଶିକ୍ଷା ବର୍ଷରୁ ଲାଗୁ ହେବ ଗରିବ ସବର୍ଣ୍ଣଙ୍କୁ ସଂରକ୍ଷଣ । ଏହା ଘୋଷଣା କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସାରାଦେଶରେ ୪୦ ହଜାର କଲେଜ ଏବଂ ୯ଶହ ବିଶ୍ୱବିଦ୍ୟାଳୟରେ ଏହି ସୁବିଧା ମିଳିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
publive-imageଗତ ସପ୍ତାହରେ ଏହି ୧୦ ପ୍ରତିଶତ ସଂରକ୍ଷଣ ବିଲ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନର ରୂପ ନେଇଛି । ବର୍ତମାନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣରେ ଏହି ସଂରକ୍ଷଣ କୌଣସି ପ୍ରଭାବ ପକାଇବ ନାହିଁ । ବରଂ ଏଥି ପାଇଁ ଶିକ୍ଷାନୁଷ୍ଠାନରେ ୨୫ ପ୍ରତିଶତ ସିଟ୍ ବୃଦ୍ଧି କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe