ଚିନ୍ତା ବଢାଇଲା ଭୁବନେଶ୍ୱର ବିମାନବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ ପଜିଟିଭ ଚିହ୍ନଟ ।

475

କନକ ବ୍ୟୁରୋ: ଚିନ୍ତା ବଢାଉଛି ଭୁବନେଶ୍ୱର ବିମାନ ବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୩ ଦିନରେ ୨୫ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆଜିର ୧୦ କରୋନା ଆକ୍ରାନ୍ତକୁ ମିଶାଇ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି ।

ତେବେ ବିମାନ ବନ୍ଦରରୁ ସଂକ୍ରମିତ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଥିବା ସୂଚନା ମିଳିଛି । ସେପଟେ ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱର ରେଳ ଷ୍ଟେସନରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଉଭୟ ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ବିଚାର ବିମର୍ଶ ଚାଲିଛି । ସେପଟେ ଆଜି ୩୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।