କନକ ବ୍ୟୁରୋ: ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର-ପଖ୍ତୁନଖୱା ପ୍ରଦେଶର ପାକିସ୍ତାନର ଦ୍ରାବାନ ଅଞ୍ଚଳରେ ପୁଲିସ ଥାନାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସ୍ଥାନୀୟ ସମୟ ରାତି ପ୍ରାୟ ୩ଟା ବେଳେ ଆତଙ୍କବାଦୀମାନେ ସ୍ନାଇପର୍ ଗୁଳିରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଏବଂ ପରେ ପୋଲିସ ଷ୍ଟେସନ ଭିତରକୁ ପଶିଥିଲେ। ଦ୍ରାବନର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ମଲିକ ଅନିସ୍ ଉଲ୍ ହାସନଙ୍କ ସୂଚନା ମୁତାବକ, ପୋଲିସ ଷ୍ଟେସନ ଭିତରକୁ ପ୍ରବେଶ କରିବା ପରେ ଆତଙ୍କବାଦୀମାନେ ହ୍ୟାଣ୍ଡ ଗ୍ରେନେଡରେ ବିସ୍ଫୋରଣ କରିଥିଲେ । ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ଏବଂ ଏହା ନିର୍ବାଚନ ସହ ଜଡିତ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଠିକ ଏହା ପୂର୍ବରୁ ଖାଇବର-ପଖତୁନଖୱାରେ ବୁଧବାର ଜଣେ ନ୍ୟାସନାଲ ଆସେମ୍ବଲି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେହିଦିନ ବେଲୁଚିସ୍ତାନ ପ୍ରଦେଶରେ ଥିବା ତାଙ୍କ ଦଳର ନିର୍ବାଚନ କାର୍ୟ୍ୟାଳୟରେ ଆଉ ଜଣେ ରାଜନୈତିକ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/b.jpg)