କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି ଶୀତ । ୧୦ଟି ସ୍ଥାନରେ ରହିଛି ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ ଫୁଲବାଣୀରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇଛି । ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬, ଝାରସୁଡ଼ା-କେନ୍ଦୁଝରରେ ୮ ଦଶମିକ ୨, ଭବାନୀପାଟଣାରେ ୮ ଦଶମିକ ୫, ସୋନପୁରରେ ୯ ଦଶମିକ ୫, ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପରି ଭୁବନେଶ୍ୱରରେ ୧୩ ଏବଂ କଟକରେ ୧୧ ଦଶମିକ୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।
କିଛି ଦିନ ଶୀତୀର ପ୍ରକୋପ କମ ଥିବା ବେଳେ ଏବେ ପୁଣି ଫେରିଛି ଜାଡ଼ । ପାରଦ ଖସିବା ସାଙ୍ଗକୁ ଶୀତର ଲହରି ବୃଦ୍ଧି ପାଇଛି । ଉତରା ପବନ ଶୀତକୁ ଅଧିକ ବଢ଼ାଇ ଦେଇଛି । ସାରା ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା,ଫଲବାଣୀ, ବେଲଘର, ଜି ଉଦୟଗିରି, ରାଇକିଆ ଓ ନୂଆ ଗାଁ ଅଂଚଳରେ ୨ଦିନ ହେବ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ଼ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/COLD-1-750x430.jpg)