ଛତିଶଗଡରେ ସୁକମାରେ ଆଇଡି ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଂଟ ସହିଦ, ୯ ଯବାନ ଆହତ

Advertisment
ଛତିଶଗଡରେ ସୁକମାରେ ଆଇଡି ବିସ୍ଫୋରଣ: ଆସିଷ୍ଟାଣ୍ଡ କମାଣ୍ଡାଂଟ ସହିଦ, ୯ ଯବାନ ଆହତ

କନକ ବ୍ୟୁରୋ: ଛତିଶଗଡ଼ ସୁକୁମାରେ ଆଇଡ଼ି ବିସ୍ଫୋରଣ । ଘଟଣାରେ ୯ ଯବାନ ଆହତ ହେବା ସହ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି । ବିଳମ୍ବିତ ରାତିରେ ଅପରେସନ ସାରି ଫେରୁଥିବା ବେଳେ ତାତମେଟର ଅଂଚଳର ବୁରୁକାପାଲ କିଛି ଦୂରରେ ଯବାନଙ୍କ ଟାର୍ଗେଟ କରିଥିଲେ ନକ୍ସଲ । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ସମସ୍ତ ଯବାନ ୨୦୬ ବାଟାଲିୟନର । ସହିଦ ଆସିଷ୍ଟାଂଟ କମାଣ୍ଡାଂଟ ନିତିନ ଭାଲାରିେଆ ବୋଲି ଜଣାପଡିଛି । ଗତକାଲି ସୁରକ୍ଷାକର୍ମୀଙ୍କ ଏକ ଟିମ ସର୍ଚ ଅପରେସନ ପାଇଁ ବାହାରିଥିଲେ । ଏହି ସମୟରେ ସ୍ପାଇକ ହୋଲରେ ଫସି କିଛି ଯବାନ ଆହତ ହୋଇଛନ୍ତି । ଆଉ କିଛି ବିସ୍ଫୋରଣରେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବୁରକାପାଲ, ତେମଲୱାଡା ଓ ଚିନ୍ତାଗୁମ୍ଫାରେ ମିଳିତ ଅପରେସନକୁ ଜୋରଦାର କରାଯାଇଛି ।

ଗଣମାଧ୍ୟମକୁ ବସ୍ତର ପୁଲିସ ଇନ୍ସପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି କହିଛନ୍ତି ଯେ, ମାଓବାଦୀମାନେ ବସାଇ ଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ଶନିବାର ରାତିରେ ନକ୍ସଲ୍‌ ବିରୋଧୀ ଅଭିଯାନରେ ବାହାରିଥିବା ‘କୋବ୍ରା’ ଟିମ୍‌ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଆଠଜଣ କର୍ମଚାରୀ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିବା ବେଳେ ଦୁଇଟି ‘ଆଇଇଡି’ ବିସ୍ଫୋରଣ ଘଟିଥିଲା। ରାତି ପ୍ରାୟ ୧୨.୪୫ରେ  ଆହତଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଆହତ ହୋଇଥିବା ସହକାରୀ କମାଣ୍ଡାଣ୍ଟ୍‌ ନୀତିନ ଭାଲେରାଓଙ୍କର ରବିବାର ସକାଳେ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଥିବା କଥା ଆଇ.ଜି. କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe