କନକ ବ୍ୟୁରୋ : କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିଜେଲ ଗାଡିଗୁଡିକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନ୍ୟୁଫେକଚର୍ସର ୬୩ ତମ ସମ୍ମିଳନୀରେ ଯୋଗଦେଇ ଗଡକରି କହିଛନ୍ତି କି, ଡିଜେଲ ଗାଡିଗୁଡିକ ଉପରେ ଅଧିକ ୧୦ ପ୍ରତିଶତ ଜିଏସଟି ଲଗାଇବା ନେଇ ପ୍ରସ୍ତାବ ଦିଆଯାଇଛି । ଏନେଇ ସେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ପେଟ୍ରୋଲ ଗାଡି ତୁଳନାରେ ଡିଜେଲ ଗାଡି ଅଧିକ ପ୍ରର୍ଦୁଷିତ କରୁଛି । ଲୋକଙ୍କୁ ପ୍ରର୍ଦୁଷଣରୁ ମୁକ୍ତି ଦେବାକୁ ସେ ଏଭଳି ପ୍ରସ୍ତାବ ଦେଇଛନ୍ତି । ଏନେଇ ସେ ଏକ ସ୍ୱତନ୍ତ୍ର ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଥିବା କଥା ମଧ୍ୟ କହିଛନ୍ତି ।

ଆପଣଙ୍କୁ କହିରଖୁ କି ଗଡକରୀଙ୍କ ପ୍ରସ୍ତାବକୁ ଯଦି ଅର୍ଥମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରୁଛନ୍ତି ତେବେ ଦେଶରେ ଡିଜେଲ ଗାଡିଗୁଡିକର ଦାମ ବହୁତ ବଢିଯିବ । ଏହାସହ ଯାତ୍ରୀ ଭଡା ଓ ପରିବହନ ଖର୍ଚ୍ଚ ବଢିବା ସହ ସମସ୍ତ ସାମଗ୍ରୀର ଦାମ ମଧ୍ୟ ବୃଦ୍ଧିପାଇବାର ସମ୍ଭାବନା ରହିଛି ।