ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) ବୁଧବାର ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ୧୭ ଟି ସ୍ଥାନରେ ରେଡ୍ କରି ୧୦ ଜଣ ଲୋକଙ୍କୁ ଗିରଫ କରିଛି । ଜାଞ୍ଚ୍ ଏଜେନ୍ସୀଙ୍କ ସନ୍ଦେହରେ ଏହା କଥିତ ରୁପରେ ଆଇଏସ୍ ମଡ୍ୟୁଲ୍ ର ଏକ ଅଂଶ । ଏହି ସଂସ୍ଥାର ସଂସ୍ଥାପକ ମୁଫତି ମହମ୍ମଦ ସୁହେଲ୍ ବା ହଜରତ୍ (୨୯) ଅଟେ । ଯେ ପଶ୍ଚିମ ଅମରୋହାର ମୂଳ ନିବାସୀ । କିନ୍ତୁ ବର୍ତ୍ତମାନ ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ୍ ରେ ରହୁଛି ।
ତିନି-ଚାରି ମାସ ପୂର୍ବରୁ ଏହି ସଂସ୍ଥା ଆରମ୍ଭ ହୋଇଥିବା କଥା ସୂତ୍ରରୁ ଜାଣିବାକୁ ମିଳିଥିଲା । ସଂସ୍ଥା ଆରମ୍ଭ ହେବା ପରେ ଅନଲାଇନ୍ ଉପକରଣକୁ ବ୍ୟବହାର କରି ସଦସ୍ୟଙ୍କୁ ଉଳସାଇଥିଲେ । ଏଜେନ୍ସୀ ଏବେ ସୁହେଲ୍ ର ଏକ ଭିଡିଓ ଜବତ କରିଛି ଯେଉଁଥିରେ ସେ ସର୍କିଟ୍ ର ବ୍ୟବହାରରେ କିଭଳି ବମ୍ ପ୍ରସ୍ତୁତ ହୁଏ ତାହା ଦର୍ଶାଯାଇଛି । ଅଭିଯୋଗ ରହିଛି କି ସୁହେଲ୍ ଏବେ ନିଜ ସଦସ୍ୟଙ୍କୁ ହତିଆର , ବିସ୍ଫୋଟକ ଏବଂ ଅନ୍ୟ ସାମଗ୍ରୀ କିଣିବାର ଦାୟିତ୍ୱ ଦେଇଥିଲା ଯାହାଦ୍ୱାରା ରିମୋର୍ଟ ତଥା ପାଇପ୍ ବମ୍ ପ୍ରସ୍ତୁତ କରାଯାଇପାରିବ ।
<
"Hindustan ka pehla remote control bomb ka Ibtida (beginning)." These guys had sinister plans!
This video was recovered from the mobile of one of the #ISIS suspect Mohammed Sohail," sources say. pic.twitter.com/5NVsrTQPdz
— Raj Shekhar Jha (@rajshekharTOI) December 26, 2018
p style="text-align: justify;">ତେବେ ଏହି ଭିଡିଓରେ ସୁହେଲ୍ କହୁଛି ଦୋଲତ୍-ଏ-ଇସଲାମିଆ ହିନ୍ଦୁସ୍ଥାନରେ ପ୍ରଥମ ବିସ୍ଫୋଟକର ଆରମ୍ଭ । ଭିଡିଓରେ ଉକ୍ତ ବମ୍ ର ବିବରଣୀ ବିଷୟରେ ସୁହେଲ୍ କହୁଛି । ଏହା ମୋବାଇଲ୍ ରିମୋର୍ଟ ବ୍ୟବହାର କରି ଦର୍ଶାଯାଇଛି । ତେବେ ସନ୍ଦିଗ୍ଧଙ୍କ ଠାରୁ ବିପୁଳ ମାତ୍ରାରେ ବିସ୍ଫୋଟକ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି । ରକେଟ୍ ବମ୍ ମଧ୍ୟ ଜବତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/ISIS-main.jpg)
/kanak/media/post_attachments/wp-content/uploads/2018/12/ISIS-have-suffered-huge-losses-recently-with-several-high-profile-figures-killed-by-coalition-forces-761557-300x178.jpg)