ଅଟୋ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରକ, ୧୦ ଯାତ୍ରୀ ମୃତ । ଆସାମରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ ।

ଅଟୋ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରକ, ୧୦ ଯାତ୍ରୀ ମୃତ । ଆସାମରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ ।

କନକ ବ୍ୟୁରୋ : ଆସାମର କରିମଗଞ୍ଜ ଜିଲ୍ଲାରେ ଦ୍ରୁତଗାମୀ ଅଟୋରିକ୍ସା ଓ ଦ୍ରୁତଗାମୀ ଟ୍ରକ୍‌ ପରସ୍ପର ସହ ମୁହାଁମୁହିଁ ଧକ୍କା ଖାଇବାରୁ ୩ଜଣ ନାବାଳକଙ୍କ ସମେତ ୧୦ଜଣଙ୍କର ମୃତ୍ୟୁ ଘଟିଛି। ଆସାମ-ତ୍ରିପୁରା ସୀମାନ୍ତବର୍ତ୍ତୀ କରିମଗଞ୍ଜ ଜିଲ୍ଲା ପଥରଖଣ୍ଡି ଥାନା ଅନ୍ତର୍ଗତ ବୈଠକଖାଲ ଅଞ୍ଚଳର ଜାତୀୟ ରାଜପଥରେ ପାହାନ୍ତା ପୂର୍ବରୁ ଦୁର୍ଘଟଣାଟି ଘଟିଛି। ପ୍ରାପ୍ତ ରିପୋର୍ଟ ଅନୁସାରେ, ଅଟୋରେ ଥିବା ଯାତ୍ରୀମାନେ ଛଟ୍‌ ପୂଜା ସାରି ଫେରୁଥିଲେ।

କରିମଗଞ୍ଜ ଜିଲ୍ଲାର ଜଣେ ପୁଲିସ ଅଧିକାରୀ କହିଛନ୍ତି, ବିପରୀତ ଦିଗରୁ ଆସୁଥିବା ଟ୍ରକ୍‌ ଓ ଅଟୋରିକ୍ସା ସାମ୍ନାସାମ୍ନି ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ପିଲା ଓ ମହିଳା ରହିଛନ୍ତି। ଛଟପୂଜା ସାରି ସେମାନେ ଘରକୁ ଫେରୁଥିଲେ। ଦୁର୍ଘଟଣାସ୍ଥଳରେ ୯ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ପୁରୁଷ, ୫ଜଣ ମହିଳା ଏବଂ ୨ଜଣ ପିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ଯେ, ଟ୍ରକ୍‌ ଡ୍ରାଇଭର୍ ବିପଜ୍ଜନକ ବେଗରେ ଚଳାଉଥି‌ବାରୁ ଦୁର୍ଘଟଣା ଏଡ଼ାଇବାକୁ ଗାଡ଼ିଟିକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଦୁର୍ଘଟଣା ଘଟିବା ପରେ ଟ୍ରକ୍‌ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe