କନକ ବ୍ୟୁରୋ : ପାରଳାଖେମୁଣ୍ଡିରେ ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍ । ୧୦ ଜଣଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ରାଇଗଡ ଥାନା ଅନ୍ତର୍ଗତ ରାଶିବାଡ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ । ଘରୋଇ ବସରେ ଥିଲେ ୩୨ ଜଣ ଯାତ୍ରୀ । ଡ଼୍ରାଇଭର ଆହତ ହୋଇଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ପାରଳାଖେମୁଣ୍ଡିରେ ଭାରସାମ୍ୟ ହରାଇ ଘାଟିରୁ ଖସିଲା ବସ୍ । ୧୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2022/01/10-24.jpg)