ମୋଦି ସରକାରଙ୍କ ଯୋଜନା ଏଥର ଶାସନକୁ ଆସିବା ପରେ ଅଧିକାଂଶ ଲୋକଙ୍କୁ ରୋଜଗାରକ୍ଷମ କରାଇବା । ଦେଶର ସରକାରୀ ତୈଳ କମ୍ପାନୀ(IOC, HPCL, BPCL)ର ଆସନ୍ତା ଗୋଟିଏ ବର୍ଷରେ ୫ହଜାର ନୂଆ ଗ୍ୟାସ ଡିଷ୍ଟ୍ରିବ୍ୟୁଟର୍ସ ନିଯୁକ୍ତ କରିବାର ଯୋଜନା ରଖିଛି । ସରକାର ନିକଟରେ ୨ହଜାର ନୂଆ ଲାଇସେନ୍ସ ଜାରି କରିଛନ୍ତି । ମଙ୍ଗଳବାର ଦିନ ସବସିଡି ଥିବା ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୧.୭୬ ଟଙ୍କା ବଢ଼ିଯାଇଛି । ଯଦି ଆପଣ ମଧ୍ୟ ଗ୍ୟାସ କନେକ୍ସନ ନେବା ପାଇଁ ଇଚ୍ଛୁକ, ତେବେ ନିୟମ, ସର୍ତ୍ତ  ପ୍ରକ୍ରିୟା ବିଷୟରେ ସୂଚନା ଜାଣି ରଖନ୍ତୁ ।

Advertisment

publive-image

ଏହି ରାଜ୍ୟ ଗୁଡିକରେ ବଣ୍ଟାଯିବ ନୂଆ ଲାଇସେନ୍ସ : 

ଗ୍ୟାସ ଡିଷ୍ଟ୍ରିବ୍ୟୁଟସ ଲାଇସେନ୍ସ ମିଳିବା ପରେ ଗ୍ୟାସ ଏଜେନ୍ସି ଚାଲୁ କରିବାକୁ ସମାନ୍ୟ ଭାବେ ୧ବର୍ଷ ଲାଗିଯାଏ । ଏଥିରେ ସମସ୍ତ ସ୍ଥାନୀୟ ପ୍ରଶାସନିକ ମଂଜୁରୀ ନେବା ସହିତ ଅଫିସ ଓ ଗୋଦାମ ନିର୍ମାଣ ମଧ୍ୟ ସାମିଲ ଅଛି । ନୂଆ ଡିଷ୍ଟ୍ରିବ୍ୟୁଟର୍ସ ବିଶେଷ କରି ଉତ୍ତର ପ୍ରଦେଶ, ବିହାର ପଶ୍ଚିମବଙ୍ଗ, ଓଡିଶା ଓ ମହାରାଷ୍ଟର ହେବେ । କାହିଁକିନା ଏହି ରାଜ୍ୟରେ ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ।

ଗ୍ୟାସ ଏଜେନ୍ସି କିମ୍ବା ଡିଲରସିପ୍ ନେବା ପାଇଁ ସବୁଠାରୁ ଜରୁରୀ ସର୍ତ୍ତ ହେଉଛି ନିଜର ସ୍ଥାୟୀ ଠିକଣା ଦେବା । ପ୍ରାର୍ଥୀଙ୍କ ପାଖରେ ସ୍ଥାୟୀ ପଞ୍ଜିକୃତ ଠିକଣା ଥିବା ଜରୁରୀ । ଆପଣଙ୍କ ପାଖରେ ଗ୍ୟାସ ଏଜେନ୍ସି ଅଫିସ ଓ ଗୋଦାମ ପାଇଁ ପର୍ଯ୍ୟାପ୍ତ ଜମି ଥିବା ଜରୁରୀ । ଏହା ବ୍ୟତୀତ ପ୍ରାର୍ଥୀ ୧୦ମ ପାସ ଥିବା ଉଚିତ୍ । ଏହା ସହିତ ବୟସ ୨୧ ବର୍ଷ ଥିବା ଜରୁରୀ ଓ ବ୍ୟାଙ୍କ ବାଲାନ୍ସ ଓ ଡିପୋଜିଟ୍ ଟଙ୍କା ଥିବା ଜରୁରୀ ।