ଓଡିଶାର ୧୦ ଜଣ ପାଇବେ ପଦ୍ମ ପୁରସ୍କାର । ବିିଶିଷ୍ଟ କଥାକାର ମନୋଜ ଦାସଙ୍କ ସମେତ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅଙ୍କ ନାଁ ଘୋଷଣା କଲେ କେନ୍ଦ୍ର ସରକାର । ରଙ୍ଗବତୀ ଗୀତ ସହ ଜୈବିକ କୃଷିକୁ ମିଳିଲା ସ୍ୱୀକୃତି

Advertisment
ଓଡିଶାର ୧୦ ଜଣ ପାଇବେ ପଦ୍ମ ପୁରସ୍କାର । ବିିଶିଷ୍ଟ କଥାକାର ମନୋଜ ଦାସଙ୍କ ସମେତ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅଙ୍କ ନାଁ ଘୋଷଣା କଲେ କେନ୍ଦ୍ର ସରକାର । ରଙ୍ଗବତୀ ଗୀତ ସହ ଜୈବିକ କୃଷିକୁ ମିଳିଲା ସ୍ୱୀକୃତି

କନକ ବ୍ୟୁରୋ: ଆସନ୍ତାକାଲି ସାରା ଦେଶ ୭୧ତମ ଗଣତନ୍ତ୍ର ଦିବସ ପାଳିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଦେଶର ଚତୁର୍ଥ ଶ୍ରେଷ୍ଠ ବେସାମରିକ ସମ୍ମାନ ପଦ୍ମଶ୍ରୀ ଉପାଧି ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ଆଜି ଘୋଷଣା କରିଛନ୍ତି। ଏହି ସମ୍ମାନ ପାଇଁ ସମଗ୍ର ଦେଶରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସମୁଦାୟ ୧୧୮ ଜଣଙ୍କୁ ଚୟନ କରା ଯାଇଥିବା ବେଳେ ଓଡ଼ିଶାରୁ ୮ ଜଣଙ୍କୁ ମନୋନୀତ କରାଯାଇଛି। ଏଥିସହ ଓଡ଼ିଶା ବାହାରେ ଥିବା ଦୁଇ ଜଣ ଓଡ଼ିଆ ଏହି ସମ୍ମାନ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି।

publive-image

ବିଶିଷ୍ଠ ସମାଜସେବୀ ରାଧାମୋହନ ଓ ତାଙ୍କ ଝିଅ ସାବରମତୀ, ଜଣାଶୁଣା ସାନ୍ତାଳୀ ଲେଖିକା ଡକ୍ଟର ଦମୟନ୍ତୀ ବେଶ୍ରା, କଳା କ୍ଷେତ୍ରରୁ ଉତ୍ସବ ଚରଣ ଦାସ, ‘ରଂଗବତୀ’ ଗୀତର ଗୀତିକାର ମିତ୍ରଭାନୁ ଗଉନ୍ତିଆ, ବିଶିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ମନମୋହନ ମହାପାତ୍ର, ବିଶିଷ୍ଠ ଗାଳ୍ପିକା ବୀଣାପାଣି ମହାନ୍ତି ଓ ପଶୁପାଳନ କ୍ଷେତ୍ରରୁ ବଟକୃଷ୍ଣ ସାହୁ ଓଡ଼ିଶାରୁ ପଦ୍ମଶ୍ରୀ ସମ୍ମାନ ପାଇବା ଲାଗି ମନୋନୀତ କରାଯାଇଛି।
ଏହା ବ୍ୟତୀତ ଓଡ଼ିଶା ବାହାରେ ରହୁଥିବା ଦୁଇ ଓଡ଼ିଆ ବ୍ୟକ୍ତିତ୍ବ ମଧ୍ୟ ଏହି ସମ୍ମାନ ପାଇବେ। ସେମାନେ ହେଲେ ଚିକିତ୍ସା ବିଜ୍ଞାନ ପାଇଁ ଡ. ଦିଗମ୍ବର ବେହେରା ଏବଂ ଶିକ୍ଷା ଓ ସାହିତ୍ୟ ଲାଗି ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ।

ଗତବର୍ଷ ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ ଲାଗି ମନୋନୀତ କରାଯାଇଥିଲା। ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ତାଲିକାରେ କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, ମହିଳା ଚାଷୀ କମଳା ପୂଜାରୀ ଏବଂ କେନ୍ଦୁଝରର ପର୍ବତ ମାନବ ଦୈତାରୀ ନାୟକଙ୍କ ନାମ ସ୍ଥାନୀତ ହୋଇଥିଲା । ଦୈତାରୀ ନାଏକ ଓ ଡି. ପ୍ରକାଶ ରାଓଙ୍କୁ ସମାଜ ସେବା ଏବଂ କମଳ ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe