କନକ ବ୍ୟୁରୋ :  ଅପେକ୍ଷା ଆଉ କିଛି ସମୟର । ପାଖାପାଖି ଦିନ ୧୧ଟାରେ ଘୋଷଣା ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ । ଅନେକ କ୍ଷେତ୍ରରେ କେନ୍ଦ୍ରସରକାର କରିପାରନ୍ତି ବଡ ପରିବର୍ତ୍ତନ, ନେଇପାରନ୍ତି ବଡ ବଡ ନିଷ୍ପତ୍ତି, ଆଣିପାରନ୍ତି ନୂଆ ନୂଆ ନିୟମ । ତେବେ ଆସନ୍ତୁ ଜାଣିବା ଆଜିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ ଆଉ ଏହାର ପ୍ରଭାବ ଲୋକଙ୍କ ପକେଟ୍ ଉପରେ ପଡିବ କି ନାହିଁ ।
Advertisment
ମହଙ୍ଗା ହେବ ଏଲପିଜି... 
ବର୍ତ୍ତମାନ ପେଟ୍ରୋଲ ଡିଜେଲର ମୂଲ୍ୟ ଲଗାତାର ବଢିଚାଲିଥିବା ବେଳେ ଆଜିଠୁ ମହଙ୍ଗା ହେବାକୁ ଯାଉଛି ରୋଷେଇ ଗ୍ୟାସ । କରୋନା କାଳରେ ପନି-ପରିବାଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ମହଙ୍ଗା ହୋଇଛି । ଆଉ ଏହାରି ଭିତରେ ଏଲପିଜି ମୂଲ୍ୟ ବଢିବା ଲୋକଙ୍କ ପକେଟ୍ ଉପରେ ବଡ ପ୍ରଭାବ ପକେଇବ । ଆଜିଠାରୁ ଏଲପିଜି, ସିଏନଜି ଏବଂ ପିଏନଜିର ଦାମ ବଢିବ ବୋଲି ସୂଚନାରୁ ଜଣାପଡିଛି ।
ପିଏନବି ଗ୍ରାହକଙ୍କ ପାଇଁ ବଡ ଖବର 
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ବଡ ଖବର । ଆଜିଠାରୁ ବଦଳିଲା ଏଟିଏମରୁ ଟଙ୍କା ଉଠାଣ ନିୟମ । ଅନ୍ୟ ଏଟିଏମରୁ ଟଙ୍କା ଉଠାଇ ପାରିବେନି ପିଏନବି ବ୍ୟାଙ୍କର ଗ୍ରାହକ । ସାରା ଦେଶରେ ବଢିଚାଲିଥିବା ଏଟିଏମ୍ ଠକେଇକୁ ବନ୍ଦ କରିବା ପାଇଁ ବ୍ୟାଙ୍କ ତରଫରୁ ଏଭଳି  ନିଷ୍ପତି ନିଆଯାଇଛି
ସହଜ ହେଲା ବାହାର ରାଜ୍ୟକୁ  ଗମନା-ଗମନ
ଏଣିକି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ମାଲ ପରିବହନ ଉପରେ ଗାଡି ଗୁଡିକୁ କୌଣସି ଅନୁମତି ନେବାକୁ ପଡିବନାହିଁ । କିନ୍ତୁ କରୋନା କଟକଣାକୁ ପାଳନ କରିବା ବାଧ୍ୟତାମୂଳକ ରହିବ
ସିନେମା ହଲ : ପେବୃଆରୀ ପହିଲାରୁ ହାଉସଫୁଲ
ପେବୃଆରୀ ପହିଲାରୁ ଅର୍ଥାତ ଆଜିଠାରୁ ଶତ ପ୍ରତିଶତ ଦର୍ଶକ ସିନେମା ଦେଖିପାରିବେ । ପ୍ରତିଟି ସିଟରେ ଲୋକ ବସି ସିନେମାର ମଜା ନେଇପାରିବେ । କିନ୍ତୁ କରୋନା କଟକଣାକୁ ଗୁରୁତ୍ୱ ଦିଆଯିବ । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛନ୍ତି । କିନ୍ତୁ ଏ ବାବଦରେ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ ।
ରାସନ କାର୍ଡ : ବଡ ପରିବର୍ତ୍ତନ 
ରାସନକାର୍ଡ ହିତାଧିକାରୀଙ୍କ ସମେତ ଅନ୍ନପୂର୍ଣ୍ଣା ତଥା ଅନ୍ତୋଦୟ କାର୍ଡଧାରୀଙ୍କୁ ପ୍ରତିମାସ ମିଳୁଥିବା ରାସନ ସାମଗ୍ରୀ ଏବେ ବାୟୋମେଟ୍ରିକ ପଦ୍ଧତି ସ୍ଥାନରେ ମୋବାଇଲ ଓଟିପି ଏବଂ ଆଇ.ଆର.ଆଇ.ଏସ ଅଥେନଟିକେସନ ଜରିଆରେ ମିଳିବ । । ଏଣିକି ରାସନ ନେବା ପାଇଁ ଲୋକଙ୍କୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡାହେବାକୁ ପଡିବନି ।
ଫେବୃଆରୀ  ୧ରୁ ଫ୍ରାଙ୍କଲିନ୍ ଟେମ୍ପଲେଟନ୍ ମ୍ୟୁଚୁଆଲ ଫଣ୍ଡର ୬ଟି ବନ୍ଦ ଯୋଜନାରେ ପାଣ୍ଠି ବିତରଣ ପ୍ରକ୍ରିୟା ସ୍ଥିର କରିବା ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ । ୨୩ ଏପ୍ରିଲ ଫ୍ରାଙ୍କଲିନ୍ ଟେମ୍ପଲେଟ୍ ମ୍ୟୁଚୁଆଲ ଫଣ୍ଡ ଇ-ଭୋଟିଂ ପ୍ରକ୍ରିୟାକୁ ବିରୋଧ କରିବା ପରେ ବନ୍ଦ ହୋଇଯାଇଥିଲା । ଯାହାଦ୍ୱାରା ୩ଲକ୍ଷ ନିବେଶକ ପ୍ରଭାବିତ  ହୋଇଥିଲେ ।
ସ୍ପାଇସଜେଟ୍ ୧ ଫେବୃଆରୀରୁ ୨୦ଟି ନୂତନ ବିମାନ ଘୋଷଣା କରିଛି । ଦେହରାଡୁନ୍, ଅମୃତସର, ଉଦୟପୁର ଏବଂ ଦିଲ୍ଲୀ ସମେତ ଜୋଡି ହେଉଥିବା ଅନ୍ୟ ୧୬ଟି ସହରକୁ ବିମାନ ଉଡାଣ ଆରମ୍ଭ କରିବାକୁ ଘୋଷଣା କରିଛି ।
ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ସମିତି ବ୍ୟାଙ୍କର ଆଡମିନିଷ୍ଟ୍ରେଟର  ବ୍ୟାଙ୍କକୁ ପୁଣିଥରେ ଠିଆ କରିବା ପାଇଁ ଫେବୃଆରୀ ୧ସୁଦ୍ଧା ନିବେଶକଙ୍କ ନିକଟରେ ଏହାର ପ୍ରସ୍ତାବ ଦାଖଲ କରିବାର ସମୟସୀମା ସ୍ଥିର କରିଛନ୍ତି ।
ଫେବୃଆରୀ ୧ରୁ ମହାରାଷ୍ଟ୍ରର ଏବଂ ମୁମ୍ବାଇରେ ସାଧାରଣ ଲୋକଙ୍କ  ପାଇଁ ସ୍ଥାନୀୟ ଟ୍ରେନ୍ ସେବା ନିର୍ଦ୍ଧିଷ୍ଟ ସମୟରେ ଚାଲୁହେବ । ଯାହାକି କରୋନା ମହାମାରୀ ପାଇଁ ଦୀର୍ଘମାସ ହେବ ବନ୍ଦ ରହିଥିଲା । ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ଏହା ସହିତ ଟ୍ରେନ୍ ଚଳାଚଳକୁ ବୃଦ୍ଧି କରାଯିବ । ଯଦିଓ ଭାରତୀୟ ରେଳବାୟୀ ପକ୍ଷରୁ କୌଣସି ବିଦ୍ଧିବଦ୍ଧ ସୂଚନା ମିଳିନି । ତଥାବି ଆଶା କରାଯାଉଛି କି ବର୍ତ୍ତମାନ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଇପାରେ