ବଢିବ ଭାରତୀୟ ବାୟୁସେନାର ଶକ୍ତି । ଫ୍ରାନ୍ସରୁ ଭାରତ ଆସିବ ଆଉ ୧୦ଟି ନୂଆ ରାଫେଲ୍ ।

ବଢିବ ଭାରତୀୟ ବାୟୁସେନାର ଶକ୍ତି । ଫ୍ରାନ୍ସରୁ ଭାରତ ଆସିବ ଆଉ ୧୦ଟି ନୂଆ ରାଫେଲ୍ ।

କନକ ବ୍ୟୁରୋ: ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂତନ ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ସେନାରେ ସାମିଲ ହେବ। ଏହି ୧୦ ନୂଆ ବିମାନର ସାମିଲ ସହ ବାୟୁସେନାର ଦ୍ୱିତୀୟ ରାଫେଲ ସ୍କାର୍ଡନ ମଧ୍ୟ ଗଠିତ ହେବ। ୧୦ଟି ନୂତନ ରାଫେଲ ସାମିଲ ହେବାପରେ ଭାରତୀୟ ବାୟୁସେନାରେ ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ପାଇବ। ବର୍ତ୍ତମାନ ବାୟୁସେନା ନିକଟରେ ରହିଥିବା ୧୧ଟି ରାଫେଲ ଅମ୍ବାଲାର ୧୭ ସ୍କାର୍ଡନରେ ସାମିଲ ଅଛନ୍ତି ।

ତିନିଟି ରାଫେଲ୍‌ ବିମାନ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ସିଧାସଳଖ ଫ୍ରାନ୍‌ସରୁ ଉଡ଼ାଣ ଭରି ଆସି ଭାରତରେ ପହଞ୍ଚିବେ। ଏହାପରେ, ଆସନ୍ତା ମାସର ଦ୍ୱିତୀୟାର୍ଦ୍ଧରେ ଅବଶିଷ୍ଟ ଯୁଦ୍ଧବିମାନ ଏବଂ ସେମାନଙ୍କ ପ୍ରଶିକ୍ଷକ ସଂସ୍କରଣର ପ୍ରାୟ ୭-୮ ବିମାନ ପାଇବୁ । ଏହା ଆମର ମିଶନ କାର୍ୟ୍ୟକାରୀ କରିବା ପାଇଁ ଆମର ସାମର୍ଥ୍ୟକୁ ବହୁଗୁଣିତ କରିବ ବୋଲି ଭାରତୀୟ ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି।

ନୂତନ ରାଫେଲଗୁଡ଼ିକ ଫ୍ରାନ୍‌ସରୁ ଆସି ଦେଶରେ ପହଞ୍ଚିବା ପରେ ପ୍ରଥମେ ସେଗୁଡ଼ିକୁ ଅମ୍ବାଲାରେ ରଖାଯିବ। ପରେ ସେଗୁଡ଼ିକ ମଧ୍ୟରୁ କିଛି ବିମାନକୁ ହାସିମାରାକୁ ପଠାଯିବ ଯେଉଁଠାରେ ଦ୍ୱିତୀୟ ସ୍କାର୍ଡନ ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe