ଓଡ଼ିଶାରେ ରବିବାର ଚିହ୍ନଟ ହେଲେ ୧୦ କରୋନା ସଂକ୍ରମିତ । ବିଭିନ୍ନ ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।

ଓଡ଼ିଶାରେ ରବିବାର ଚିହ୍ନଟ ହେଲେ ୧୦ କରୋନା ସଂକ୍ରମିତ । ବିଭିନ୍ନ ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରବିବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ଜଣ କୋଭିଡ ସଂକ୍ରମିତ । ଏହାସହ ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩ ରହିଛି । ସେହିଭଳି ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି ।

ଗତକିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜ୍ୟସ୍ଥାନରେ ମଧ୍ୟ କିଛି ପଜିଟିଭ କେସ ସାମ୍ନାକୁ ଆସିଛି । ସାରା ଦେଶରେ ୬ ହଜାର ୩୦୦ ଆକ୍ଟିଭ କେସ ରହିଛି । ଏବେ ଆତଙ୍କିତ ହେଲା ଭଲି ସ୍ଥିତି ନାହିଁ । ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି । ଅଧିକ ଥଣ୍ଡା, କାଶ, ଜ୍ଵର ରୋଗୀ ମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀ ମାନଙ୍କୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe