କନକ ବ୍ୟୁରୋ : ରବିବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ଜଣ କୋଭିଡ ସଂକ୍ରମିତ । ଏହାସହ ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩ ରହିଛି । ସେହିଭଳି ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି ।

Advertisment

ଗତକିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜ୍ୟସ୍ଥାନରେ ମଧ୍ୟ କିଛି ପଜିଟିଭ କେସ ସାମ୍ନାକୁ ଆସିଛି । ସାରା ଦେଶରେ ୬ ହଜାର ୩୦୦ ଆକ୍ଟିଭ କେସ ରହିଛି । ଏବେ ଆତଙ୍କିତ ହେଲା ଭଲି ସ୍ଥିତି ନାହିଁ । ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି । ଅଧିକ ଥଣ୍ଡା, କାଶ, ଜ୍ଵର ରୋଗୀ ମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀ ମାନଙ୍କୁ କୁହାଯାଇଛି ।