କନକ ବ୍ୟୁରୋ : ଛତିଶଗଡ-ତେଲେଙ୍ଗାନା ସୀମାରେ ପୋଲିସ ପକ୍ଷରୁ ୧୦ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଟ୍ରାକ୍ଟର ବିସ୍ଫୋଟକ ମଧ୍ୟ ଜବତ କରାଯାଇଛି । କୁହାଯାଉଛି କି ଏତେ ପରିମାଣର ବିସ୍ଫୋଟକ ନେଇ ସେମାନେ ସେମାନଙ୍କ ଲିଡରଙ୍କ ନିକଟକୁ ଯାଉଥିଲେ । ଏହାସହ ଏହି ବିସ୍ଫୋଟକକୁ ସେମାନେ ଛତିଶଗଡ କିମ୍ବା ତେଲେଙ୍ଗାନାରେ ବ୍ୟବହାର କରିବାକୁ ନେଉଥିଲେ । ପୋଲିସ ସୂଚନା ମୁତାବକ ଏହି ବିସ୍ଫୋଟକ ସହାୟତାରେ ସେମାନେ ଚଳିତବର୍ଷ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ଗିରଫ ହୋଇଥିବା ୧୦ ଜଣ ନକ୍ସଲଙ୍କ ମଧ୍ୟରୁ ୫ଜଣ ଛତିଶଗଡ ବିଜାପୁରର ବାସିନ୍ଦା ବୋଲି ଜଣାପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେଲେଙ୍ଗାନା ପୋଲିସ ତରଫରୁ କୁହାଯାଇଛି କି, ସୂଚନା ମିଳିଥିଲା ନକ୍ସଲ ସଂଗଠନର କିଛି ସଦସ୍ୟ ବହୁମାତ୍ରାରେ ବିସ୍ଫୋଟକ ନେଇ ମୁଲାକାନାପଲ୍ଲୀ ଓ ଦୁମୁଗୁଡେମ୍ ମଣ୍ଡଳ ଠିକଣାରେ ରହିଛନ୍ତି । ଏହି ସୂଚନା ଆଧାରରେ ଭଦ୍ରାଦୀ କୋତ୍ତାଗୁମ୍ ପୋଲିସ ଦୁମୁକଡେମ ପୋଲିସ ଓ ସିଆରପିଏଫ ଯବାନଙ୍କୁ ନେଇ ଏକ୍ ଟିମ୍ ଗଠନ କରିଥିଲା । ଏହି ଟିମ୍ ଯାଂଚ ବେଳେ ୧୦ ଜଣ ନକ୍ସଲ ଧରାପଡିଥିଲେ ଓ ସେମାନଙ୍କ ସୂଚନା ଆଧାରରେ ଏହି ବିସ୍ଫୋଟକ ଜବତ କରାଯାଇଛି ।
ଜବତ ହୋଇଥିବା ବିସ୍ଫୋଟକ ମାଧ୍ୟମରେ ୯୦ ବଣ୍ଡଲ କାର୍ଡେକ୍ସ ତାର, ୫୦୦ଟି ଡିଟୋନେଟର ସହ ଅନ୍ୟ ବିସ୍ଫୋରକ ସାମିଲ ଅଛି । ସେପଟେ ଗିରଫ ହୋଇଥିବା ନକ୍ସଲଙ୍କ କହିବା ମୁତାବକ ଏତେ ପରିମାଣର ବିସ୍ଫୋରକ ମାଓବାଦୀ ଲିଡରମାନେ ମଗାଇଥିଲେ । ଏହାର ଉପଯୋଗ କୌଣସି ଆକ୍ରମଣ ପାଇଁ ବ୍ୟବହାର କରାଯାଇଥାନ୍ତା ।