ମହାମାରୀ ନେଉଛି ମାଓବାଦୀଙ୍କ ଜୀବନ! କରୋନାରେ ୧୦ ମାଓବାଦୀଙ୍କ ମୃତ୍ୟୁ ସୂଚନା, ଦାନ୍ତେୱାଡା ଏସପି କହିଲେ ଆତ୍ମସର୍ମପଣ କଲେ ମିଳିବ ଚିକିତ୍ସା ସୁବିଧା ।

269

କନକ ବ୍ୟୁରୋ : କରୋନାରେ ୧୦ ମାଓବାଦୀ ମୃତ୍ୟୁ ସୂଚନା । କରୋନା ଓ ଫୁଡ ପଏଜନ ପାଇଁ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହା ଦର୍ଶାଉଛି ଲାଲଗଡରେ କାୟା ମେଲାଉଛି କରୋନା । ୧୦ ମାଓବାଦୀ ପ୍ରାଣ ହରାଇଥିବା ନେଇ ସୂଚନା ମିଳୁଥିବା ବେଳେ ଶତାଧିକ ମାଓବାଦୀ କରୋନାରେ ଆକ୍ରାନ୍ତ ଥିବା ଖବର ଆସୁଛି । ଏନେଇ ସୂଚନା ଦେଇଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲବ ।

ଦକ୍ଷିଣ ବସ୍ତର ଜଙ୍ଗଲରେ ଏବେ କରୋନା ପାଇଁ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ସିଆରସି ସମେତ ବହୁ ଛୋଟ ବଡ କ୍ୟାଡର ଆକ୍ରାନ୍ତ ଥିବା ସୂଚନା ମିଳିଛି  । ଆଉ ଏଭଳି ସ୍ଥିତିରେ ଆତ୍ମସର୍ମପଣ କରି ଚିକିତ୍ସା ସୁବିଧା ନେବାକୁ ଏସପି ଆହ୍ୱାନ ଦେଇଛନ୍ତି । ଗତ କିଛି ଦିନ ପୂର୍ବେ ମାଓବାଦୀଙ୍କ କ୍ୟାମ୍ପରେ ମହାମାରୀ ପ୍ରବେଶ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି କିଛି ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା ।