କନକ ବ୍ୟୁରୋ: ଆଇପିଏଲ ମେଗା ଅକ୍ସନର ଆଜି ପ୍ରଥମ ଦିନ । ଆଜି ଖେଳାଳିଙ୍କୁ ଉପରେ ଟଙ୍କା ବର୍ଷା ହେବ । ତେବେ ଏହି ଅକ୍ସନର ଠିକ ପୂର୍ବ ଆଉ ୧୦ ଖେଳାଳିଙ୍କ ନାଁ ଅକ୍ସନ ଲିଷ୍ଟରେ ସାମିଲ କରିଛି ବିସିସିଆଇ । ଅର୍ଥାତ ଏବେ ୫୯୦ ବଦଳରେ ୬୦୦ ଖେଳାଳିଙ୍କ ନାଁ ଲିଷ୍ଟରେ ରହିବ ।
ଏହି ୧୦ ଖେଳାଳି ହେଲେ ଏରୋନ ହାର୍ଡି, ଲେନ୍ସ ମୋରିସ, ନିବେଥନ ରାଧାକୃଷ୍ଣନନ୍, ଅଗ୍ନିବେଶ ଅୟାଚି, ହାର୍ଦ୍ଦିକ ତୈମୋର, ନୀତିଶ କୁମାର ରେଡ୍ଡି, ମିହିର ହିରବାନୀ, ମୋନୁ କୁମାର, ରୋହନ ରାଣା, ସ୍ୱରାଜ ପାଟିଲଙ୍କ ନାଁ ରହିଛି । ଏଥିରେ ୩ ଜଣ ଅଷ୍ଟ୍ରେଲିଆ ଖେଳାଳି ରହିଛନ୍ତି ।
ପୂର୍ବ ବିସିସିଆଇ ଅଣ୍ଡର ୧୯ର କିଛି ଖେଳାଳିଙ୍କୁ ଏହି ଲିଷ୍ଟରେ ସାମିଲ କରିଥିଲା । ତେବେ ଅନ୍ୟ କିଛି ଅଣ୍ଡର ୧୯ ଖେଳାଳି ମଧ୍ୟ ଏଥିରୁ ବାଦ ପଡିଛନ୍ତି । ବିଶ୍ୱ ବିଜେତା ଟିମ ଭାରତର ଅଧିନାୟକ ୟଶ ଧୂଲ ଏହି ଲିଷ୍ଟରେ ସାମିଲ ଅଛନ୍ତି । ତାଙ୍କର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଛି ।
Follow Us