କରୋନା ନେଲା ଆଉ ୧୦ ଜୀବନ : ଗଞ୍ଜାମରେ ସର୍ବାଧିକ ୯୦ ଜଣଙ୍କର ମୃତ୍ୟୁ, ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି

562

କନକ ବ୍ୟୁରୋ : ଓଡ଼ିଶାରେ ଗତ ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗଂଜାମରୁ ୪, ଖୋର୍ଧାରୁ ୨, ସଂବଲପୁର, ସୁନ୍ଦରଗଡ, ରାୟଗଡା, ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ହୋଇଛି । ୪ ଜଣ ମୃତକଙ୍କୁ ମିଶାଇ ଗଂଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦କୁ ବଢିଯାଇଛି ।

ସେପଟେ, ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୨ ଶହ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫୮ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୪୪୫ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦ ହଜାର ଅତିକ୍ରମ କରିଛି । ଏହାକୁ ମିଶାଇରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଧ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ହୋଇଛି । ସେହିପରି  ରାଜ୍ୟରେ ଏବେ ମୋଟ୍ ଆକ୍ଟିଭ୍ ମାମଲା ୧୧ ହଜାର ୨୩୫ ଏବଂ ସୁସ୍ଥ ସଂଖ୍ୟା ୧୮ ହଜାର ୯୩୮ ରହିଛି ।

Comments are closed.