କନକ ବ୍ୟୁରୋ: ରାଜ୍ୟରେ ୨୪ ଘଂଟାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଗଂଜାମରୁ ୩ ଜଣ, କଟକରୁ ୨, ରାୟଗଡାରୁ ୨, ବଲାଙ୍ଗୀର, ଗଜପତି ଏବଂ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ରାୟଗଡାରୁ ଜଣେ ୫୬ ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ  ଅନ୍ୟ ଜଣଙ୍କ ବୟସ ୪୫ ରହିଛି । ସେହିପରି ଗଂଜାମରୁ ୬୦, ୬୧, ୭୦ ବର୍ଷର  ଯୁବକଙ୍କ ମୃତ୍ୟୁ ହୋଇଛି । କଟକରୁ ଜଣେ ୮୭ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।  ସେହିପରି ନୟାଗଡରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି, ଗଜପତିରେ  ୪୫ ବର୍ଷୀୟ, ବଲାଙ୍ଗୀରରେ ୪୭ ବର୍ଷର୍ୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Advertisment

ଅନ୍ୟପଟେ, ଆଜି ରାଜ୍ୟରେ ସର୍ବାଧିକ ୨୯ ଶହ ୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୮ ଶହ ୭୯ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୧୧୧୪ ଜଣ ହେଉଛନ୍ତି ଲୋକାଲ୍ କେସ୍ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୭୮ ହଜାର ୫୩୦କୁ ବୃଦ୍ଧି ପାଇଛି । ସେହିପରି ଦିନିକିଆ ସଂକ୍ରମଣ ମାମଲାରେ ଗଂଜାମକୁ ଟପିଚାଲିଛି ଖୋର୍ଧା । ଆଜି ବି ଖୋର୍ଧାରେ ସର୍ବାଧିକ ୬୦୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗଂଜାମରୁ ୨୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।