କନକ ବ୍ୟୁରୋ : ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ । ଶହ ଶହ ହେକ୍ଟର ଚାଷ ଜମିରେ ମାଡି ଗଲା ପାଣି । ବ୍ୟାପକ ଧାନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ । କଳାହାଣ୍ଡି କୋକସରା ଦକ୍ଷିଣ କେନାଲ କଲମପୁର ନିକଟରେ ବନ୍ଧ ଦୁର୍ବଳ ଯୋଗୁ ଭାଙ୍ଗି ଯାଇଛି । ବର୍ତମାନ ଚାଷୀଙ୍କ ଧାନ ଅମଳକ୍ଷମ ଅବସ୍ଥାରେ ରହିଥିବାବେଳେ କେନାଲର ପାଣି ମାଡିଯିବା ଫଳରେ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଯାଇଛି । ଏ ନେଇ ସ୍ଥାନୀୟ ଚାଷୀ ଇନ୍ଦ୍ରାବତୀ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ବୋଲି ଅଭିଯୋଗ ହୋଇଛି ।