କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ : ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟିନ୍

ବିଶ୍ୱ ମହାମାରୀର ମୂଳ ଖୋଜିବେ ୧୦ ବୈଜ୍ଞାନିକ

91

କନକ ବ୍ୟୁରୋ : ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ଚୀନ ଆସିବା ପାଇଁ ଅନୁମତି ଦେଇଛନ୍ତି ବେଜିଂ ସରକାର । କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ତେବେ ଉହାନରେ ପହଚିଂବା ପରେ ଏମାନଙ୍କୁ ୨ ସପ୍ତାହ ପାଇଁ କ୍ୱାରେନଟିନ୍ରେ ରଖାଯାଇଛି ।

ଡବ୍ଲ୍ୟୁଏଚଓର ୧୦ ଜଣ ବୈଜ୍ଞାନିକ ଏହି ୨ ସପ୍ତାହର କ୍ୱାରେନଟିନ ଶେଷ କରିବା ପରେ ବିଶ୍ୱ ମହାମାରୀର ମୂଳ ଖୋଜିବେ । ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ଅର୍ଥନୀତି ଭୁଶୁଡିପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଊନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।