ପୁଣି ଜବତ ହେଲା ୧୦ ଲକ୍ଷ ଟଙ୍କା! ପେଟ୍ରୋଲ ପମ୍ପରୁ ଟଙ୍କା ଯାଉଥିବା ବେଳେ ଜବତ କଲା ପୋଲିସ

Advertisment
ପୁଣି ଜବତ ହେଲା ୧୦ ଲକ୍ଷ ଟଙ୍କା! ପେଟ୍ରୋଲ ପମ୍ପରୁ ଟଙ୍କା ଯାଉଥିବା ବେଳେ ଜବତ କଲା ପୋଲିସ

କନକ ବ୍ୟୁରୋ : ପୁଣି ପୁଲିସ୍ ହାତରେ ଲାଗିଲା ଟଙ୍କା ବିଡ଼ା । ବିଜେପୁରରୁ ଆଜି ୧୦ ଲକ୍ଷ ଟଙ୍କା ଜବତ କରିଛି ବରପାଲି ପୁଲିସ । ସୂଚନା ଅନୁସାରେ ଏହି ଟଙ୍କା ଡୁଙ୍ଗୁରିପାଲିରୁ ଓଲଟପୁରକୁ ଯାଉଥିଲା । ଡୁଙ୍ଗୁରିପାଲି ପେଟ୍ରୋଲ ପମ୍ପରୁ ୧୦ ଲକ୍ଷ ଟଙ୍କା ଯାଉଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଏହାକୁ ଜବତ କରାଯାଇଥିଲା । ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ୍ ଡିପୋଜିଟ୍ ଫର୍ମ ମଧ୍ୟ ଜବତ ହୋଇଛି ।

ବ୍ୟାଙ୍କ ବନ୍ଦ ଥିବା କାରଣରୁ ସେ ଓଲଟପୁର ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ପ୍ରାଥମିକ ତଦନ୍ତରୁ ଖବର ମିଳିଛି । ତେବେ ଏତେ ପରିମାଣର ଟଙ୍କା ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିବାରୁ ଘଟଣାର ତଦନ୍ତ କରୁଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ । ବର୍ତମାନ ବିଜେପୁର ଉପ-ନିର୍ବାଚନ ଥିବାରୁ ଏନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ସୂଚନା ଦିଆଯାଇଛି ।

publive-imageଅନ୍ୟପଟେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଶନିବାର ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାକୁ ନେଇ ଜୋର ଧରିଛି ରାଜନୀତି । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଟଙ୍କା ଏବଂ ଏହାକୁ ନେଇ ବରଗଡ଼ ଏସପି ରଖିଥିବା ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଚ୍ୟାଲେଞ୍ଜ କରିଛନ୍ତି-ଯଦି ସତସାହସ ଅଛି ତାହାହେଲେ ଇଡିଙ୍କୁ ତଦନ୍ତ ଭାର ଦିଆଯାଉ । ଏହି ଚ୍ୟାଲେଂଜକୁ ଗ୍ରହଣ କରି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ଇଡି ଓ ଆଇଟି କେନ୍ଦ୍ରର । ତୁରନ୍ତ ଘଟଣାର ତଦନ୍ତ କରାଯାଉ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe