ପୁଣି ଜବତ ହେଲା ୧୦ ଲକ୍ଷ ଟଙ୍କା! ପେଟ୍ରୋଲ ପମ୍ପରୁ ଟଙ୍କା ଯାଉଥିବା ବେଳେ ଜବତ କଲା ପୋଲିସ

18

କନକ ବ୍ୟୁରୋ : ପୁଣି ପୁଲିସ୍ ହାତରେ ଲାଗିଲା ଟଙ୍କା ବିଡ଼ା । ବିଜେପୁରରୁ ଆଜି ୧୦ ଲକ୍ଷ ଟଙ୍କା ଜବତ କରିଛି ବରପାଲି ପୁଲିସ । ସୂଚନା ଅନୁସାରେ ଏହି ଟଙ୍କା ଡୁଙ୍ଗୁରିପାଲିରୁ ଓଲଟପୁରକୁ ଯାଉଥିଲା । ଡୁଙ୍ଗୁରିପାଲି ପେଟ୍ରୋଲ ପମ୍ପରୁ ୧୦ ଲକ୍ଷ ଟଙ୍କା ଯାଉଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଏହାକୁ ଜବତ କରାଯାଇଥିଲା । ଟଙ୍କା ନେଇ ଯାଉଥିବା ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ୍ ଡିପୋଜିଟ୍ ଫର୍ମ ମଧ୍ୟ ଜବତ ହୋଇଛି ।

ବ୍ୟାଙ୍କ ବନ୍ଦ ଥିବା କାରଣରୁ ସେ ଓଲଟପୁର ଟଙ୍କା ଡିପୋଜିଟ୍ ପାଇଁ ଯାଉଥିବା ପ୍ରାଥମିକ ତଦନ୍ତରୁ ଖବର ମିଳିଛି । ତେବେ ଏତେ ପରିମାଣର ଟଙ୍କା ସନ୍ଦେହଜନକ ଅବସ୍ଥାରେ ଠାବ ହୋଇଥିବାରୁ ଘଟଣାର ତଦନ୍ତ କରୁଛନ୍ତି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ । ବର୍ତମାନ ବିଜେପୁର ଉପ-ନିର୍ବାଚନ ଥିବାରୁ ଏନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଶନିବାର ଜବତ ହୋଇଥିବା ୪୦ ଲକ୍ଷ ଟଙ୍କାକୁ ନେଇ ଜୋର ଧରିଛି ରାଜନୀତି । ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଟଙ୍କା ଏବଂ ଏହାକୁ ନେଇ ବରଗଡ଼ ଏସପି ରଖିଥିବା ରିପୋର୍ଟକୁ ନେଇ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଚ୍ୟାଲେଞ୍ଜ କରିଛନ୍ତି-ଯଦି ସତସାହସ ଅଛି ତାହାହେଲେ ଇଡିଙ୍କୁ ତଦନ୍ତ ଭାର ଦିଆଯାଉ । ଏହି ଚ୍ୟାଲେଂଜକୁ ଗ୍ରହଣ କରି ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ଇଡି ଓ ଆଇଟି କେନ୍ଦ୍ରର । ତୁରନ୍ତ ଘଟଣାର ତଦନ୍ତ କରାଯାଉ ।