ଆସନ୍ତାକାଲି ଠାରୁ ଆନ୍ଦୋଳନକୁ ଓହ୍ଳାଇବେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ! ଠପ୍ ହୋଇଯିବ ବ୍ୟାଙ୍କିଙ୍ଗ ସେବା

19

ଆସନ୍ତାକାଲି ଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଠପ୍ ହୋଇଯିବ ବ୍ୟାଙ୍କିଙ୍ଗ ସେବା । କାରଣ ଆସନ୍ତାକାଲି ଅଥାର୍ତ ୩୦ ମେ ରୁ ଦୁଇଦିନିଆ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ୧୦ ଲକ୍ଷ୍ୟ ବ୍ୟାଙ୍କ କର୍ମଚାରୀ । ଦରମା ବୃଦ୍ଧିକୁ ନେଇ ଦୁଇ ଦିନିଆ ହରତାଳ କରିବାକୁ ନିଷ୍ପତି ନେଇଛନ୍ତି ବ୍ୟାଙ୍କ ସଂଘ । ଖାସକରି ସରକାରୀ ବ୍ୟାଙ୍କ ଗୁଡ଼ିକରେ ଏଭଳି ଅସୁବିଧା ଦେଖିବାକୁ ମିଳିବ । ବ୍ୟାଙ୍କ ୟୁନିୟନ ଏଆଇବିଓସିର କହିବା ଅନୁଯାୟୀ, ହରତାଳ ନେଇ ଆଇବିଏକୁ ୨୫ ଦିନ ପୂର୍ବରୁ ନୋଟିସ ଦିଆ ଯାଇଥିଲା । କିନ୍ତୁ ଏହି ସମୟସୀମା ମଧ୍ୟରେ ବ୍ୟାଙ୍କ ସଂଘ ଓ କର୍ମଚାରୀଙ୍କ ମଧ୍ୟରେ ହୋଇ୍ଥିବା ଆଲୋଚନା ବିଫଳ ହୋଇଥିଲା । ସଂଘ ଗୁଡ଼ିକର କହିବା ଅନୁଯାୟୀ, ବ୍ୟାଙ୍କ କର୍ମଚାରୀଙ୍କ ତାଙ୍କ କାର୍ଯ୍ୟର ଉଚିତ ଦରମା ମିଳୁନାହିଁ ।

ବ୍ୟାଙ୍କ କର୍ମଚାରୀ ମାନେ ହରତାଳକୁ ଓହ୍ଳାଇଲେ ବ୍ୟାଙ୍କିଙ୍ଗ ସେବା ନିଶ୍ଚିତ ଭାବେ ପ୍ରଭାବିତ ହେବ । ସୁଚନା ଅନୁଯାୟୀ, ୟୁନାଇଟେଡ଼ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ମେ ୩୦ ଓ ୩୧ରେ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଳାଇବାକୁ ଘୋଷଣା କରିଥିଲେ । ଖାସକରି ଏହି ଆନ୍ଦୋଳନର ପ୍ରଭାବ ସିଧାସଳଖ ସରକାରୀ ବ୍ୟାଙ୍କ ଗୁଡ଼ିକ ଉପରେ ପଡ଼ିବ । ବ୍ୟାଙ୍କ ୟୁନିୟନର କହିବା ଅନୁଯାୟୀ, ଇଣ୍ଡିଆନ ବ୍ୟାଙ୍କର୍ସ ଆସୋସିଏସନ ବ୍ୟାଙ୍କ କର୍ମଚାରୀଙ୍କ ଦରମା ମାତ୍ର ୨ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରଖିଥିଲେ । ଯାହା କର୍ମଚାରୀଙ୍କୁ ପସନ୍ଦ ଆସିନାହିଁ ।

ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନାରା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କର କହିବା ମୁତାବିକ ବ୍ୟାଙ୍କ କର୍ମଚାରୀଙ୍କ ଏହି ଆନ୍ଦୋଳନ ଯୋଗୁଁ ଏହାର ପ୍ରଭାବ ତାଙ୍କ ଦ୍ୱାରା ଦିଆଯାଉଥିବା ବ୍ୟାକିଙ୍ଗ ସେବା ଉପରେ ପଡ଼ିବ । ତେଣୁ ଏଭଳି ସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ବୁଧବାର ଓ ଗୁରବାର ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।