ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ। ୨୪ ଘଣ୍ଟାରେ ଗଲାଣି ୧୦ ମୃତ, ଚଳିତ ବର୍ଷ ବର୍ଷାରେ ୪୩୨ ଜଣଙ୍କ ମୃତ୍ୟୁ

Advertisment
ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ। ୨୪ ଘଣ୍ଟାରେ ଗଲାଣି ୧୦ ମୃତ, ଚଳିତ ବର୍ଷ ବର୍ଷାରେ ୪୩୨ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ: ହିମାଚଳପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ । ଫଳରେ ଗତ ୨୪ ଘଣ୍ଟାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହା ପ୍ରବଳ ବର୍ଷାରେ ପାହାଡ ଧସିବା ଯୋଗୁଁ ହୋଇଥିବା ଜଣାପଡିଛି । ଏହାସହ ଅନେକ ଘର ମଧ୍ୟ ଭୁଷୁଡିଯାଇଛି । ରାଜ୍ୟର ୧୩୨ ସଡକକୁ ବନ୍ଦ କରାଯାଇଛି । ଏହାକୁ ମିଶାଇ ଚଳିତ ବର୍ଷ ବର୍ଷା ଯୋଗୁଁ ୧୩୦ ଦିନରେ ୪୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପ୍ରବନ୍ଧନ ମନ୍ତ୍ରାଳୟ ସୂଚନା ଦେଇଛି । ଚଳିତ ବର୍ଷ ବର୍ଷା ଯୋଗୁଁ ରାଜ୍ୟରେ ୧,୧୦୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କୃଷି କ୍ଷେତ୍ରରେ ୭୪୫ କୋଟି ଟଙ୍କାର କ୍ଷତି ହୋଇଛି । ୧୨ଜଣ ଏଯାଏଁ ନିଖୋଜ ଥିବାବେଳେ ୭୦୦ ଗୋଶାଳା ଓ ୮୫୭ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

publive-imageଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ହୋମଗାର୍ଡ କାର୍ଯ୍ୟାଳୟ ନିକଟରେ ଏବଂ ସିମଲାରେ ମାଟି ଧସିବାରୁ ରାସ୍ତା ନିଶ୍ଚିହ୍ନ ହୋଇଯାଇଛି । ଫଳରେ ଯାତାୟାତ ବ୍ୟାହତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe