ହିମାଚଳପ୍ରଦେଶରେ ବର୍ଷା ବିତ୍ପାତ। ୨୪ ଘଣ୍ଟାରେ ଗଲାଣି ୧୦ ମୃତ, ଚଳିତ ବର୍ଷ ବର୍ଷାରେ ୪୩୨ ଜଣଙ୍କ ମୃତ୍ୟୁ

103

କନକ ବ୍ୟୁରୋ: ହିମାଚଳପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ । ଫଳରେ ଗତ ୨୪ ଘଣ୍ଟାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହା ପ୍ରବଳ ବର୍ଷାରେ ପାହାଡ ଧସିବା ଯୋଗୁଁ ହୋଇଥିବା ଜଣାପଡିଛି । ଏହାସହ ଅନେକ ଘର ମଧ୍ୟ ଭୁଷୁଡିଯାଇଛି । ରାଜ୍ୟର ୧୩୨ ସଡକକୁ ବନ୍ଦ କରାଯାଇଛି । ଏହାକୁ ମିଶାଇ ଚଳିତ ବର୍ଷ ବର୍ଷା ଯୋଗୁଁ ୧୩୦ ଦିନରେ ୪୩୨ ଜଣଙ୍କ ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପ୍ରବନ୍ଧନ ମନ୍ତ୍ରାଳୟ ସୂଚନା ଦେଇଛି । ଚଳିତ ବର୍ଷ ବର୍ଷା ଯୋଗୁଁ ରାଜ୍ୟରେ ୧,୧୦୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । କୃଷି କ୍ଷେତ୍ରରେ ୭୪୫ କୋଟି ଟଙ୍କାର କ୍ଷତି ହୋଇଛି । ୧୨ଜଣ ଏଯାଏଁ ନିଖୋଜ ଥିବାବେଳେ ୭୦୦ ଗୋଶାଳା ଓ ୮୫୭ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ।

ଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ହୋମଗାର୍ଡ କାର୍ଯ୍ୟାଳୟ ନିକଟରେ ଏବଂ ସିମଲାରେ ମାଟି ଧସିବାରୁ ରାସ୍ତା ନିଶ୍ଚିହ୍ନ ହୋଇଯାଇଛି । ଫଳରେ ଯାତାୟାତ ବ୍ୟାହତ ହୋଇଛି ।