କୋଳଶୂନ୍ୟ କରୁଛି ଅଜଣା ରୋଗ: ୧୪ ଦିନରେ ଗଲାଣି ୧୦ ନୀରିହ ଶିଶୁଙ୍କ ଜୀବନ

296

କନକ ବ୍ୟୁରୋ: ୧୪ ଦିନରେ ଗଲାଣି ୧୦ ନିରିହ ଶିଶୁଙ୍କ ଜୀବନ । ଜନ୍ମ ହେଲା ବେଳେ ସବୁ କିଛି ଠିକ୍ ଠାକ୍ ରହୁଛି, ପରେ ନାକରୁ ପାଣି ବାହାରୁଛି ପରେ କାଶ ହେଉଛି ତା ପରେ ମେଡ଼ିକାଲ ନେବା ବାଟରେ ଆଖି ବୁଜି ଦେଉଛନ୍ତି ନିରିହ ଶିଶୁ । ଜନ୍ମକଲା ମା’ର କୋଳ ଶୂନ୍ୟ କରୁଛି ଏହି ଅଜଣା ରୋଗ । ଏହାର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । କୋରାପୁଟ ବୋରିଗୁମ୍ମା ବ୍ଳକରେ ଏହି ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍ ।

ଶିଶୁ ମୃତ ପରେ ଭାଙ୍ଗି ପଡ଼ିଛି ପୁରା ପରିବାର । ମୃତ ଶିଶୁର ସ୍ମୃତିକୁ ସାଉଂଟି ଜନ୍ମ କଲା ମାଆ ଆଖିରୁ ଲୁହ ଶୁଖୁନି । ଶୁନ ଶାନ ହୋଇପଡ଼ିଛି ପୁରା ଗାଁ । ଖବର ପ୍ରସାରଣ ପରେ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ୪ ଜଣିଆ ଡ଼ାକ୍ତରି ଦଳ ଏବେ ଶିଶୁ ମୃତ ହୋଇଥିବା ଗାଁ ଗାଁ ବୁଲୁଛି । ମୃତର କାରଣ ଖୋଜିବା ସହ ପାଣିର ନମୁନା ସଂଗ୍ରହ କରୁଛି । ବୋରିଗୁମ୍ମା ବ୍ଳକର ରେଙ୍ଗାଲଗୁଡ଼ା, କାଠର ଗୁଡ଼ା, ନୁଆଗୁଡ଼ା ଗାଁକୁ ଏହି ଟିମ ଯାଇ ତଦନ୍ତ କରୁଛି । ମୃତକଙ୍କ ପରିବାରକୁ ଭେଟିବା ସହ ଗାଁର ପାରିପାର୍ଶିକ ଅବସ୍ଥାକୁ ଦେଖିଛି ଏହି ଟିମ୍ ।