ନୂଆ ବର୍ଷରେ ଅପଣାନ୍ତୁ ଏହି ୧୦ଟି ଅଭ୍ୟାସ । କେବେ ହେବେନି ଅସୁସ୍ଥ

564

କନକ ବ୍ୟୁରୋ: ପୁରୁଣା ବର୍ଷକୁ ବିଦାୟ ଦେଇ ଆସିଛି ନୂଆ ବର୍ଷ ୨୦୨୨ । ଆସନ୍ତୁ ଏହି ନୂଆ ବର୍ଷରେ ନେବା କିଛି ନୂଆ ଶପଥ ନିଜକୁ ଓ ଆମ ପରିପାଶ୍ୱର୍କୁ ସୁସ୍ଥ ଓ ସମୃଦ୍ଧ କରିବାକୁ । ବ୍ୟସ୍ତ ଜୀବନ ଭିତରେ ନିଜ ପାଇଁ ଅନ୍ତତଃ କିଛି ସମୟ ବାହାର କରିବା ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ  ।ତେବେ ଏହି କ୍ରମରେ ଆଜି ଏପରି ୧୦ଟି ଅଭ୍ୟାସ ବିଷୟରେ ଜାଣିବା ଯାହାକୁ ଦୈନନ୍ଦିନ ଜୀବନରେ ଆପଣାଇଲେ କେବେବି ଅସୁସ୍ଥ ନହେବା ଏକ ପ୍ରକାର ନିଶ୍ଚିତ ।

୧- ଏପରି କରନ୍ତୁ ଦିନର ଆରମ୍ଭ : ବିଳମ୍ବରେ ଶୋଇ ବିଳମ୍ବରେ ଉଠିବା ଏକ ଖରାପ ଅଭ୍ୟାସ, ତେଣୁ ସକାଳେ ଉଠିବା ଏକ ଅଭ୍ୟାସ କରନ୍ତୁ  । ସୁସ୍ଥ ରହିବା ପାଇଁ ଫଳ ସହିତ ଦିନ ଆରମ୍ଭ କରନ୍ତୁ । ଦିନରେ ବ୍ରେକଫାଷ୍ଟ ପରେ ଅନ୍ତତଃ ଦୁଇ ପ୍ରକାରର ଫଳ ଖାଆନ୍ତୁ । ୨୧ ଦିନରେ ଏହା ଅପଣଙ୍କର ଅଭ୍ୟାସରେ ବଦଳିଯିବ । ରାତି ୯ଟା ପୂର୍ବରୁ ରାତ୍ରୀ ଭୋଜନ କରନ୍ତୁ  ।ଏହାପରେ ଅଧଘଣ୍ଟା ହାଲକା ଚଲାଚଲି କରିବା ପରେ ଶୋଇବାକୁ ଯାଆନ୍ତୁ ।

୨- ବ୍ରେକଫାଷ୍ଟ, ଲଞ୍ଚ ଓ ଡିନରକୁ ନେଇ ଠିକ ଭାବେ ଯୋଜନା କରନ୍ତୁ । ବ୍ରେକଫାଷ୍ଟ ଓ ଦ୍ୱିପହର ଖାଇବା ପେଟପୁରା କରିବା ଦରକାର । ଓ ରାତିରେ ହାଲକା ଖାଇବା ସହ ଅଧାପେଟ ଖାଇ କିଛି ପାଣି ପାଇଁ ସ୍ଥାନ ରଖନ୍ତୁ । ପ୍ରୋଟିନ, ଫାଇବର ପରି ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଆନ୍ତୁ ।

୩- ସବୁବେଳେ ତଟକା , ଋତୁକାଳୀନ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ । ବାହାରେ ଖାଇବା ଛାଡି ଘରେ ପ୍ରସ୍ତୁତ ଖାଦ୍ୟକୁ ଖାଇବକୁ ଚେଷ୍ଟା କରନ୍ତୁ । ଯେତେ ସମ୍ଭବ କମ ମସଲା ଯୁକ୍ତ ବା ବିନା ମସଲାଯୁକ୍ତ ଖାଦ୍ୟ ଓ ଅନେକାଂଶରେ ସିଝା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

୪- ଖାଦ୍ୟର ପରିମାଣ ଆପଣଙ୍କ ବୟସ ଓ କାର୍ଯ୍ୟର ପ୍ରକାର ଭେଦ ଉପରେ ନିର୍ଭର କରେ । ଯଦି ଆପଣ କଠିନ ପରିଶ୍ରମ କରୁଛନ୍ତି ତେବେ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇପାରିବେ ହେଲେ କର୍ମ ଶାରୀରିକ ପରିଶ୍ରମ କରୁଥିଲେ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

୫- ସୁସ୍ଥ ଶରୀର ପାଇଁ ସୁସ୍ଥ ମସ୍ତଷ୍କ ମଧ୍ୟ ଆବଶ୍ୟକ । ଏଥିପାଇଁ ଅବଶ୍ୟକ ୭ରୁ ୮ ଘଣ୍ଟା ନିଦ୍ରା । ଏହା ଦ୍ୱାରା ଆପଣଙ୍କ ବ୍ରେନ୍ ଚିନ୍ତା ମୁକ୍ତ ରହିପାରିବ । ଏହାସହ ଭଲ ବହି ପଢିବା ସହ ଭଲ ଗୀତ ଶୁଣିବାକୁ ଚେଷ୍ଟା କରନ୍ତୁ ।ଏହାସହ ମଝିରେ ମଝିରେ ବାହାରକୁ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ ।

୬- ଖୁବ ଗୁରୁତ୍ୱପୂର୍ଣ୍ଣ ହେଉଛି ପାଣି । ମାୟୋ କ୍ଲିନକର ଏକ ରିପୋର୍ଟ ମୁତାବକ, ପୁରୁଷଙ୍କୁ ଦୈନିକ ୩.୭ ଲିଟର ପାଣିବା ଉଚିତ  ।ସେହିପରି ମହିଳାଙ୍କୁ ଦୈନିକ ୨.୫ ଲିଟର ପାଣି ପିଇବା ଉଚିତ । ଏହା ଶରୀରରୁ ବିଷାକ୍ତ ଧାତବକୁ ଝାଳ ଓ ପରିଶ୍ରା ଭାବେ ବାହାରି କରିବା ସହ ଶରୀରକୁ କୋମଳ ରଖେ ।

୭- ଦୈନିକ କିଛି ସମୟ ବ୍ୟାୟାମ କରନ୍ତୁ । ଯଦି ବ୍ୟସ୍ତ ରହୁଛନ୍ତି ତେବେ ସପ୍ତାହକୁ ଅନ୍ତତଃ ୫ ଦିନ ୱାର୍କଆଉଟ କରିବାକୁ ଚେଷ୍ଟା କରନ୍ତୁ । ଦିନକୁ ଅନ୍ତତଃ ୪୫ମିନିଟ ୱାର୍କଆଉଟ କରନ୍ତୁ ।

୮- ବାହାରର ଖାଇବାକୁ ନାଁ କୁହନ୍ତୁ । ହାଇ ସୁଗାର ଓ ହାଇ ସୋଡିୟମ ଯୁକ୍ତ ଖାଦ୍ୟ ଯେପରି ଅଧିକ ମିଠା ଓ ନମକିନ୍ ବାଲା ଖାଦ୍ୟରୁ ଦୂରେଇ ରୁହନ୍ତୁ ।

୯- ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସତସଙ୍ଗ । ଏପରିକ ଇଚି ବନ୍ଧୁ କରନ୍ତୁ ଯେଉଁମାନେ ସକାରାତ୍ମକ ହୋଇଥିବେ  ।ଯାହାଙ୍କ ସହ ମିଶି ଆପଣଙ୍କୁ କିଛି ଭଲ ଟିପ୍ସ ମିଳିପାରିବ , ଅସମୟରେ ମାନସିକ ସହଯୋଗ ମିଳିପାରୁଥିବ ।

୧୦-ବାହାରକୁ ଯାଇଥିଲେ ପ୍ରତିଥର ହାତ ଓ ପାଦକୁ ଧୋଇବାକୁ ଚେଷ୍ଟା କରନ୍ତୁ । ଏହି ଅଭ୍ୟାସ ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିପାରିବ ।  ତେବେ ଏହି କିଛି ଅଭ୍ୟାସକୁ ଆପଣଙ୍କ ଜୀବନରେ ସାମିଲ କରିପାରିଲେ ଆପଣ ସୁସ୍ଥ ରହିବା ନିଶ୍ଚିତ ।