କନକବ୍ୟୁରୋ : ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି । ହୀରାକୁଦର ଆଉ ୬ଟି ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ।

Advertisment

ଶାଖା ନଦୀ ମାନଙ୍କରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୮ଟା ସୁଦ୍ଧା ମୁଣ୍ଡୁଳିଠାରେ ୫.୭୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ଅଧିକ ଗେଟ ଖୋଲଯାଇଥିବାରୁ ଆଗକୁ ଜଳସ୍ତର ବଢ଼ିବା ନେଇ ଆଶଙ୍କା ରହିଛି । ତେଣୁ ତଳିଆ ଅଞ୍ଚଳରେ ପାଣି ମାଡ଼ିବାର ଆଶଙ୍କା ଦେଖାଦେଇଛି । ଏଥିପାଇଁ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି ।